ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୂର ସଭା ତରଫରୁ ଦେଶ ବ୍ୟାପି ପ୍ରତିବାଦ ସଭା

0
46
ଅଖିଳ ଭାରତ ଗ୍ରାମୀଣ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୧/୧୦) : ଆଜି ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA) ଓ ଅନାନ୍ୟ କ୍ଷେତ ମଜଦୁର ସଭା ତରଫରୁ ଦେଶ ବ୍ୟାପୀ ପ୍ରତିବାଦ ନେଇ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ ୧୨ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ମୁଖ୍ୟ ଦାବି ମଧ୍ୟରେ ରହିଛି ମନରେଗା ଯୋଜନାରେ ବର୍ଷକୁ ୨୦୦ ଦିନ କାମ ଓ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ କରିବା, ଠିକାଦାର ଓ ମେସିନ ଦ୍ଵାରା ହେଉଥିବା କାମକୁ ବନ୍ଦ କରିବା, ଓଡ଼ିଶାରେ କ୍ଷେତ ମଜଦୂର ମାନଙ୍କ ପାଇଁ କ୍ଷେତ ମଜଦୂର କଲ୍ୟାଣ ବୋର୍ଡ ଗଠନ କରି ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ, ସମସ୍ତ ଭୂମିହୀନ ମାନଙ୍କୁ ଘରଡ଼ିହ ଓ ଆବାସ ଯୋଜନାରେ ଘର ଯୋଗାଇ ଦେବା, କେନ୍ଦ୍ର ସରକାରଙ୍କ ଜଙ୍ଗଲ ଅଧିକାର ଆଇନ ୨୦୨୨ ଓ ଗ୍ରାମ ସଭା କୁ ଅକାମୀ କରି ଦେବା ଚକ୍ରାନ୍ତ ବନ୍ଦ କରିବା , ପ୍ରତ୍ୟେକ ବାର୍ଦ୍ଧକ୍ଯ ଓ ବିକଳାଙ୍ଗ ଗରିବ ଲୋକ ମାନଙ୍କୁ ମାସକୁ ୩୦୦୦ ଟଙ୍କା ଭତ୍ତା ପ୍ରଦାନ, ଗରିବ ଲୋକ ମାନଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇ ଦେବା ଇତ୍ୟାଦି ।

ଆଜିର ଏହି ପ୍ରତିବାଦ ସଭାରେ ଆଖିକ ଭାରତ ଗ୍ରାମୀଣ କ୍ଷେତ ମଜଦୂର ସଭାର ସର୍ଵ ଭାରତୀୟ ଉପ ସଭାପତି ତ୍ରିପତି ଗମାଙ୍ଗ ପୌରହିତ୍ୟ କରିଥିବା ବେଳେ କମଳା ଶବର, ସାନୁ ଶବର, ରବିନ୍ଦ୍ର ଶବର , ଅନାସିମ ଶବର, ନିରଞ୍ଜନ ଶବର, ମିଟୁ ଶବର, ମିନ ଶବର, ବୃନ୍ଦାବନ ବିଡିକା, ସଞ୍ଜୀବ ଶବର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।