ଅକ୍ଟୋବର ୨ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ବିଜେଡ଼ି ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

0
77
ଅକ୍ଟୋବର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୨/୧୦) : ଉକ୍ତ କ୍ରମରେ ଆଜି ରାୟଗଡାର ନୁଆ ବସଷ୍ଟାଣ୍ଡ ସ୍ତିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ ହୋଇ ବିଶାଳ ପଦଯାତ୍ରାରେ ବାହାରିଥିଲେ ବିଜେଡ଼ି ଦଳର ହଜାର ହଜାର କର୍ମୀ ।

ଅକ୍ଟୋବର ୨ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ବିଜେଡ଼ି ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା । ବିଜେଡ଼ି ଦଳର ରାଜ୍ୟ ଉପ ସଭାପତି ଏନ୍ ଭାସ୍କର ରାଓ ବିଜୁ ପଟ୍ଟନାୟକ ଙ୍କ ପ୍ରତୀମୂର୍ତ୍ତିରେ ମାଲ୍ୟପ୍ରଣ କରିଥିଲେ । ପରେ ପରେ ବିରାଟ ବଡ ଜନ ସମୁଦ୍ର ଦେଖିବାକୁ ମିଳିଥିଲା ଆଜିର ପଦଯାତ୍ରାରେ ବାଣ ଫୁଟାଇ ବ୍ୟାଣ୍ଡ, ବାଜା, ଡିଯେ ସାଙ୍ଗକୁ ନିଜ ପ୍ରିୟ ନେତା ଏନ୍ ଭାସ୍କର ରାଓ ଙ୍କୁ ପାଖରେ ପାଇ ଖୁସିରେ ନାଚି ଉଠିଥିଲେ ବିଜେଡ଼ି ସମର୍ଥକ ମାନେ । ପୁର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡ଼ି ଦଳର ରାଜ୍ୟ ଉପ ସଭାପତି ଏନ୍ ଭାସ୍କର ରାଓ ଙ୍କ ଉପସ୍ଥିତି ଦଳୀୟ କର୍ମୀ ମାନଙ୍କ ଉତ୍ସାହରେ ଦୁଇ ଗୁଣ ଜଷ ବଢାଇ ଦେଇଥିଲା । ଏପରିକି ଉଦିଉଦିଆ ଖରାକୁ ମଧ୍ୟ ଖାତିର କରି ନ ଥିଲେ ଉଭୟ ପୁରୁଷ ଏବଂ ମହିଳା କର୍ମୀ ।

ସମସ୍ତଙ୍କ ମୁଖରେ ଗୋଟିଏ ସ୍ୱର ବିଜେଡ଼ି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ । ଏହି ପଦଯାତ୍ରାରେ ଶ୍ରୀ ରାଓ ଙ୍କ ସହିତ ସାମିଲ ହୋଇଥିଲେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଚେୟାରମ୍ୟାନ ଶ୍ରୀମତି ଅନୁସୁୟା ମାଝୀ, ପୌର ପରିଷଦ ର ଚେୟାରମ୍ୟାନ ମହେଶ ପଟନାୟକ, ପୌର ପରିଷଦର vice chairman ଏବଂ ସମସ୍ତ ୱାର୍ଡର ବିଜେଡ଼ି କାଉନ୍ସିଲର, ସରପଞ୍ଚ ଏବଂ ବରିଷ୍ଟ କର୍ମକର୍ତ୍ତା । ଉକ୍ତ ପଦଯାତ୍ରାଟି ଓଭର ବ୍ରିଜ ଦେଇ ସ୍ଥାନୀୟ ତେଜସ୍ଵୀ ହୋଟେଲ ଠାରେ ସମାପ୍ତ ହୋଇଥିଲା ।