ଆଗାମୀ ଦଶହରା ଯାତ୍ରାକୁ ସୁଚାରୁ ରୁପେ ସମାପନ ନେଇ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ

0
69
ଆଗାମୀ ଦଶହରା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୨/୧୦) : ପ୍ରସିଦ୍ଧ ଐତିହ୍ୟ ପରମ୍ପରା ସମ୍ପନ୍ନ ଦେବୀ ମାଁ ଘଣ୍ଟାସୁଣିଙ୍କ ପୀଠରେ ଚଳିତ ବର୍ଷର ଅନୁଷ୍ଠିତ ହେବାକୁ ଥିବା ବଳୀଯାତ୍ରା ସହ ଟିଟିଲାଗଡର ବିଭିନ୍ନ ଦେବୀ ଦୁର୍ଗା ଙ୍କ ମେଢ଼ ଗୁଡିକରେ କିଭଳି ସୁଚାରୁ ରୁପେ ପୁଜାର୍ଚ୍ଚନା କରାଯିବା ସହ ରାବଣ ପୋଡ଼ି ଓ ଭସାଣି ନେଇ ଏକ ସ୍ବତନ୍ତ୍ର ବୈଠକ ସ୍ଥାନୀୟ ଟିଟିଲାଗଡ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-12 at 08.34.26

ପ୍ରକାଶ ଯେ, କଳାହାଣ୍ଡିର ଛତର ଯାତ୍ରା ଭଳି ଟିଟିଲାଗଡରେ ଏହି ଦଶହରା ଯାତ୍ରା ଯଥା ରୀତି ପାଳିତ ହେବ ଓ ବିପୁଳ ଜନ ସମାଗମ ଘଟିଥାଏ । ଦଶହରାରେ ବଳି ଯାତ୍ରା ଓ ବରୁଆ ବା ଦେବୀଙ୍କ ନଗର ପରିକ୍ରମା ସହ ଟିଟିଲାଗଡ ଥାନାରେ ପହଞ୍ଚିବା, ସହରର ସମସ୍ତ ମେଢ଼ ଗୁଡିକରେ ପୂଜା, ସହରର ଦୁଇଟି ସ୍ଥାନରେ ଗୋଟିଏ ଦିନରେ ରାବଣ ପୋଡ଼ି, ତଥା ଭସାଣି ନେଇ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ସହର ର ସମସ୍ତ ମେଢ଼ର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଅଗ୍ନିଶମ, ସ୍ଵାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ଅବକାରୀ, ବିଦ୍ୟୁତ, ପୌରପରିଷଦ, ପୋଲିସ ସୁରକ୍ଷା, ତଥା ଗଣ ମାଧ୍ୟମ ପ୍ରତିନିଧିଙ୍କ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି କ୍ରମେ ଯାତ୍ରା ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ଦାୟିତ୍ଵ ପ୍ରଦାନ ସହ ଯାତ୍ରା କିଭଳି ସୁଚାରୁ ରୁପେ ସମାପନ ହେବ ଆଲୋଚନା ହୋଇଥିଲା । ସେହିପରି ଦେବୀ ଘଣ୍ଟାଶୁଣି ଙ୍କ ପୀଠରୁ ନଗର ପରିକ୍ରମା ସମୟ ରେ ଟ୍ରାଫିକ ତଥା ରେଳ ଅଣ୍ଡରବ୍ରୀଜରେ ଜମା ରହୁଥିବା ନାଳ, ନର୍ଦମା ଆଦି ର ଆବର୍ଜନାମୟ ପାଣିଜମି ସଙ୍କୁଚିତ ରାସ୍ତାରେ ଦେବୀ ବା ବରୁଆଙ୍କୁ ଆଣିବା, ତଥା ସହର ର ଅନେକ ରାସ୍ତା, ଘାଟ ଅବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ସୁବ୍ୟବସ୍ଥା ଓ ତାର ତୁରନ୍ତ ପ୍ରତିକାର ବ୍ୟବସ୍ଥା ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା ।

ଆଖ, ପାଖ ଓ ଦୂର, ଦୁରାନ୍ତ ରୁ ହଜାର, ହଜାର ଭକ୍ତ ଙ୍କ ସମାଗମ ଘଟିବା ତଥା ଚଳିତ ବର୍ଷ ୧୦ ରୁ ୨୦ ହଜାର ଲୋକ ଙ୍କୁ ଅନ୍ନ ପ୍ରସାଦ ପ୍ରଦାନ କରିବା ସହ ବାଜା ଓ ବିଭିନ୍ନ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରହିଛି । ଟିଟିଲାଗଡ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ମନୋଜ ପ୍ରଧାନ, ତଥା ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।