ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଯୁବକ ମୃତ

0
55
ବ୍ରାହ୍ମଣୀ ନଦୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୨/୧୦) : ଗାଧୋଉଥିବା ସମୟରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି ।

ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟ ବ୍ରାହ୍ମଣୀ ନଦୀ ପଠାରେ । ଆଜି ଯୁବକ ଦ୍ବୟ କାମ ସାରି ନଦୀରେ ଗାଧୋଉ ଥିବା ସମୟରେ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଡାକ ପକାଇଥିଲେ । ତେବେ ଅଗ୍ନିଶମ ବାହିନୀ ଆସିବା ପୂର୍ବରୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଯୁବକ ଦ୍ବୟ ହେଲେ ଧର୍ମଶାଳା ଥାନା ଦେଓଦା ଅଞ୍ଚଳର ଗୋବିନ୍ଦ ରଣା ଓ ଜାରକା କୁମାରୀ ସୌମ୍ୟ ରଞ୍ଜନ ମହାରଣା ବୋଲି ସୂଚନା ମିଳିଛି । ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।