ଗୁଡ଼ାରୀ ଏନ.ଏସି କାର୍ଯ୍ୟାଳୟ ପରିସରରେ ପରିଷଦର ସ୍ୱତନ୍ତ୍ର ବୈଠକ

0
56
ଗୁଡ଼ାରୀ ଏନ.ଏସି

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୨/୧୦) : ରାୟଗଡା ଜିଲ୍ଲା ଗୁଡ଼ାରୀ ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ଆଜି ଦିନ ପ୍ରାୟ ୧୧.୩୦ମି. ସମୟରେ ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି l

ଗୁଡାରୀ ଏନ.ଏସି ଅଧ୍ୟକ୍ଷା ସୁଶ୍ରୀ ଶର୍ମିଷ୍ଠା ଶବରଙ୍କ ଅଧ୍ୟକ୍ଷାତରେ ଅନୁଷ୍ଠିତ ଏହି ବୈଠକ ରେ ଉପାଧ୍ୟକ୍ଷ ଶ୍ରୀ ବାରାଟି ଯୋଗେଶ୍ୱର ରାଓ, ଏନ.ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମୁରଲୀ କୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ବିଶେଷ କରି ସହରରେ ଆଲୋକୀ କରଣ ନିମନ୍ତେ ପୂର୍ବରୁ ଠିକା ନେଇଥିବା ସଂସ୍ତାର ନବୀକରଣ ନିମନ୍ତେ ଏହି ବୈଠକରେ ଗୁରୁତ୍ୱପୂର୍ଣ ଆଲୋଚନା ହେବା ସହ ସହରରେ ବିଭିନ୍ନ ସ୍ଥାନରେ ଉନ୍ନତି ମୂଳକ କାର୍ଯ୍ୟ ଜାରି ରହିଛି ଏବଂ ଏହି ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କ ରେ ମଧ୍ୟ ଆଲୋଚନା କରାଯାଇଥିଲା l

ଏହାଛଡ଼ା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କିପରି ତ୍ୱରାନ୍ୱିତ ହେବ ସେ ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମୁରଲୀ କୃଷ୍ଣ ପଣ୍ଡା ବୈଠକରେ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବୈଠକରେ ପରିଷଦର ସମସ୍ତ କାଉଁସିଲର, ସାଂସଦ ପ୍ରତିନିଧି ପେଦିନା ରମେଶ, ବିଧାୟକ ପ୍ରତିନିଧି ସୁବାସ ଚନ୍ଦ୍ର ଗୌଡ଼ଙ୍କ ସମେତ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l