ଆନ୍ତର୍ଜାତୀୟ ବାଳିକା ଦିବସ ୨୦୨୩ ପାଳନ

0
41
ଆନ୍ତର୍ଜାତୀୟ ବାଳିକା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୨/୧୦) : ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟ ବିବାହ ନିଷେଧ ଓ କିଶୋରୀ ସଶକ୍ତିକରଣ ପାଇଁ ଚାଲିଥିବା “ପ୍ରଚେଷ୍ଟା” ଅଭିଯାନ ମାଧ୍ୟମରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ ହୋଇଯାଇଛି ।WhatsApp Image 2023-10-12 at 20.23.30

ପ୍ରତିବର୍ଷ ଅକ୍ଟୋବର ମାସର ୧୧ ତାରିଖ ଦିନ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ କରାଯାଇଥାଏ । ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ସ୍ଵୟଂ ସହାୟକ ଗୋଷ୍ଠୀ, ଗାଁ ମୁଖ୍ୟ, ଜାତି ସମାଜର ମୁଖ୍ୟ ଓ କିଶୋରୀ ବାଳିକା ମାନଙ୍କୁ ଏହି ଦିବସ ପାଳନ ବିଷୟରେ ଅବଗତ କରି କହିଥିଲେ । ଝିଅ ମାନେ ନିଜେ ଦକ୍ଷ ହେବା ପାଇଁ ନିଜକୁ ଆଗକୁ ଆସିବାକୁ ହେବ । ଆଜି ଆମ ଅଞ୍ଚଳରେ ଅନେକ ଝିଅ ବିଭିନ୍ନ ପ୍ରଶାସନିକ ପଦ ପଦବୀରେ ରହିଲେଣି କିନ୍ତୁ ଯଦି କିଶୋରୀ ମାନେ ନିଜେ ଆଗକୁ ଆସିବେ ତେବେ ଆମ ଅଞ୍ଚଳ ଆଗକୁ ବଢିବ ବୋଲି ସଚେତନ କରଯାଇଥିଲା ।

କନ୍ୟା ସନ୍ତାନ ମାନେ ବୋଝ ନୁହନ୍ତି ତାହା ଆମକୁ ପ୍ରମାଣିତ କରିବାକୁ ହେବ । ପ୍ରତ୍ୟେକ ଶିଶୁ ପାଇଁ ସରକାର ବିଭିନ୍ନ ଆଇନ ତିଆରି କରିଛନ୍ତି, ଆଇନକୁ ସଠିକ ପାଳନ ପାଇଁ ବ୍ୟବସ୍ଥା କରିଛନ୍ତି ତେଣୁ ପ୍ରତ୍ୟେକ କିଶୋରୀ ନିଜକୁ ଏକୁଟିଆ ଭାବିବା ଉଚିତ ନୁହେଁ ସେମାନେ ଆଗକୁ ଆସି ସୁଯୋଗକୁ ନେବାକୁ ପଡିବ ଏବଂ ନିଜ ଗୋଡରେ ଠିଆ ହେବାକୁ ପଡିବ । ପ୍ରତ୍ୟେକ ଥାନାରେ ଝିଅ ମାନଙ୍କର ଅଭିଯୋଗ ଶୁଣିବା ପାଇଁ ମହିଳା ଓ ଶିଶୁ ଡେସ୍କ ରହିଛି ପ୍ରତ୍ୟେକ ଲୋକ ୧୧୨ ନମ୍ବର କୁ ଡାଏଲ କରି ନିଜର ଅଭିଯୋଗ କରି ପାରିବେ ବୋଲି ସଚେତନତା କରଯାଇଥିଲା ।

ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ କରାଯାଉଛି ଯେଉଁ ଠାରେ ଝିଅ ମାନଙ୍କୁ ସମ୍ପୂର୍ଣ ମାଗଣାରେ ଶିକ୍ଷା ଦିଆ ଯାଇପାରୁଛି । ବିଭିନ୍ନ ସ୍ଥାନରେ ବ୍ଲକର ସିଡିପିଓ ମାନେ ଯୋଗଦେଇ କିଶୋରୀ ମାନଙ୍କୁ ଦକ୍ଷ କରିବା ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ ହେବା ଏବଂ ସମସ୍ତ ଶିଶୁ ଯେପରି ବିଦ୍ୟାଳୟକୁ ଯାଇ ପାଠ ପଢିବେ ସେଥିପାଇଁ ଧ୍ୟାନ ଦେବା ନିମନ୍ତେ ଉପସ୍ଥିତ ଗୋଷ୍ଠୀର ମୁଖ୍ୟ ମାନଙ୍କୁ ଆହ୍ଵାନ ଦେଇଥିଲେ । ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ବାଲ୍ୟ ବିବାହକୁ ନା ଓ ବିଦ୍ୟାଳୟକୁ ହଁ ବୋଲି ଶପଥ ପାଠ କରଯାଇଥିଲା ।

ଏହି ଅବସରରେ ରାୟଗଡ ବାଲ୍ୟ ବିବାହ ନିଷେଧ ଅଧିକାରୀ ଶ୍ରୀମତୀ ମିନାକ୍ଷୀ ଦାସ ପିତାମହଲ ଅଙ୍ଗନବାଡି କେନ୍ଦ୍ର ଓ ତାଡମା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହାୟତାରେ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଆକ୍ସନଏଡ ଓ ଯୁନିସେଫ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।