ଶ୍ୱଶୁର ମାଡ଼ରେ ଗର୍ଭବତୀ ବୋହୁ ସମେତ ତିନି ବର୍ଷର ନାତୁଣୀ ଆହତ

0
43
ଶ୍ୱଶୁର ମାଡ଼ରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ ଟିଟିଲାଗଡ଼, (୧୫/୧୦) : ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାର୍ଲାଡ଼ ପଞ୍ଚାୟତ ବାଲପଦର ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମେ ଜଣେ ଶ୍ୱଶୁର ନିଜ ଗର୍ଭବତି ବୋହୁକୁ ମାଡ଼ ମାରି ଲହୁଲୁହାଣ କରିବା ଆଲୋଡନ ସୃଷ୍ଟି କରିଛି l

ଏନେଇ ଟିଟିଲାଗଡ଼ ଥାନାରେ ବିଚରା ବୋହୁ ଲିଖିତ ଅଭିଯୋଗ କରିଛି l ଅଭିଯୋଗରୁ ପ୍ରକାଶ ଯେ ୨୦୧୯ ଡିସେମ୍ବର ୮ ତାରିଖରେ ସୁକୁନାଭଟା ଗ୍ରାମର ଯାଦବ ରଣାଙ୍କ ଝିଅ ଯଶୋବନ୍ତି ବାଲପଦର ଗ୍ରାମର ବୈଚନ୍ଦ୍ର ରଣାଙ୍କ ପୁଅ ସୁରେନ୍ଦ୍ର ରଣାଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ l ତେବେ ବିବାହ ପୂର୍ବରୁ ଓ ବିବାହ ପରଠାରୁ ଶାଶୁ ଶ୍ୱଶୁର ଅଧିକ ଜୌତୁକ ଦାବି କରିଆସୁଛନ୍ତି l ଗାଡି, ସୁନା ଯାହା ସମ୍ବଳ ହେଲା ଯଶୋବନ୍ତିଙ୍କ ପିତା ଯୌତୁକ ଦେଇଥିଲେ l ହେଲେ ବିବାହ ପରେ ଅଧିକ ଜୌତୁକ ଦାବି କରି ଶାଶୁ ଶ୍ୱଶୁର ଗାଳିଗୁଲଜ କରି ଆସୁଥିଲେ l ଶାଶୁ ମାଡ଼ ମାରୁଥିଲେ l ନିର୍ଯ୍ୟାତନା ସହି ନପାରି ଅନେକ ଥର ନିଜ ବାପଘରକୁ ଚାଲି ଯାଉଥିଲେ ଯଶୋବନ୍ତି l ବର୍ତମାନ ୫ ମାସର ଗର୍ଭବତୀ ଅଛନ୍ତି ଯଶୋବନ୍ତି l ଏଭଳି ସ୍ଥିତିରେ ମଧ୍ୟ ଆଜି ସକାଳ ପ୍ରାୟ ୮ଟାରେ ନିଜ ୩ ବର୍ଷର ଝିଅକୁ ଧରି ଛିଡା ହୋଇଥିବା ଯଶୋବନ୍ତିଙ୍କୁ ଶ୍ୱଶୁର ବୈଚନ୍ଦ୍ର ମୁହଁରେ ଏକ ମୁଥ ମାରିବା ନେଇ ତାଙ୍କ ମୁହଁ ଫାଟି ଲହୁଲୁହାଣ ହୋଇଛନ୍ତି l

ମାଡ଼ ନେଇ ଯଶୋବନ୍ତି ଘର କାନ୍ଥରେ ପଡ଼ି ଯିବାରୁ ସେ ଧରିଥିବା ଝିଅର ଆଖି ପାଖରେ ଆଘାତ ହୋଇଛି l ଏନେଇ ପାଖ ଘଋକୁ ଯାଇ ନିଜ ବାପାଙ୍କୁ ଯଶୋବନ୍ତି ଫୋନ କରି ଶ୍ୱଶୁର ମାଡ଼ ମାରିଥିବା ଜଣାଇଥିଲେ l ଖବର ପାଇ ତାଙ୍କ ବାପା ଏବଂ ଗାଁଲୋକେ ଯଶୋବନ୍ତିଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଥାନାକୁ ଆସି ଅଭିଯୋଗ କରିଛନ୍ତି l ପୂର୍ବରୁ ମଧ୍ୟ ଯଶୋବନ୍ତି ନିଜ ଶ୍ୱଶୁର ଏବଂ ଶାଶୁର ଗାଳିଗୁଲଜ ସହି ଆସୁଥିଲା l ତେବେ ଏଥର ମାରିବାକୁ ଉଦ୍ୟମ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ଯଶୋବନ୍ତିର ବାପା ଯାଦବ କହିଛନ୍ତି l ଘଟଣା ନେଇ ଏକ ମାମଳା ରୁଜୁ ସହ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ମନୋଜ ପ୍ରଧାନ କହିଛନ୍ତି l