କାଣସୁର ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀର ମୃତ୍ୟୁ

0
71
କାଣସୁର ଏସ ଏସ ଡି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୪/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତର କାଣସୁର (ଏସ ଏସ ଡି)ବାଳିକା ସେବାଶ୍ରମର ଛାତ୍ରୀ ର ମସ୍ତିଷ୍କ ମ୍ୟାଲେରିଆ ଜର ରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସେବାଶ୍ରମର ସାତ ବର୍ଷର ଛାତ୍ରୀ ତିଲସା (ତେଲେସୁ) ଜାକେସିକାକୁ ଚଳିତ ମାସ ୯ ତାରିଖରେ ଖାସ ଆରମ୍ବ ହୋଇଥିଲା । ୧୧ତାରିଖ ଦିନ ସକାଳୁ ଖାଇବା ପାଇଁ ଦେଇଥିବାରୁ ଉକ୍ତ ଛାତ୍ରୀ ଜଣକ ଖାଇନଥିଲେ । ଏହାକୁ ନେଇ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଡକାଇ ସ୍ୱାସ୍ଥ୍ୟ ପରୀକ୍ଷା କରି ସଙ୍ଗେ ସଙ୍ଗେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ଚିକିତ୍ସା କରି ଛାତ୍ରୀର ଅବସ୍ଥା ଗୁରୁତର ହୋଇଥିବାରୁ ରାୟଗଡା ମୁଖ୍ୟସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଥିଲେ । ସେହିଠାରେ ଚିକିତ୍ସା କରିବା ପରେ ମଧ୍ୟ ଛାତ୍ରୀ ର ଅବସ୍ଥା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ୧୨ତାରିଖ ଦିନ ମଧ୍ୟାହ୍ନରେ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଥିଲେ ।

ସେହିଦିନ କୋରାପୁଟରେ ଚିକିତ୍ସା କରିବା ପରେ ଛାତ୍ରୀ ର ଅବସ୍ଥା ଅତି ଗୁରୁତ୍ୱ ହୋଇଯାଇଥିବାରୁ ରାତ୍ରରେ ବ୍ରହ୍ମପୁର ବଡ଼ ସ୍ୱାସ୍ଥ୍ୟ କୁ ପଠାଇଥିଲେ । ସେହିଠାରେ ଆଜି ଅପରାହ୍ନ ରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଧଳ ଙ୍କ ଠାରୁ ସୂଚନା ମିଳିଛି ।ଉକ୍ତ ଛାତ୍ରୀ ଙ୍କ ପିତା ରାନୁ ଜାକେସିକା ମାତା ଲିମ୍ବେ ଜାକେସିକା ବିଷମକଟକ ବ୍ଲକର କୂରଲୀ ପଞ୍ଚାୟତ ମୁଣ୍ଡୁବାଲି ବୋଲି ଜଣାପଡିଛି । ଆଜି ଉକ୍ତ ସେବାଶ୍ରମ କୁ ରାଷ୍ଟ୍ରୀୟ ବାଳବିକାଶ ଡାକ୍ତରୀ ଦଳ ପହଞ୍ଚି ୧୨୦ଜଣ ଛାତ୍ରୀ ମାନଙ୍କର ରକ୍ତ ନମୂନା ପରୀକ୍ଷା କରିଥିବା ବେଳେ ୭ ଜଣଙ୍କ ମ୍ୟାଲେରିଆ ହୋଇଥିବା ସେବାଶ୍ରମର ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି ।