କବିସୂର୍ଯ୍ୟ ଯୁବ ସଂଗଠନ ପକ୍ଷରୁ ବିଶାଳ ସମାବେଶ

0
53
କବିସୂର୍ଯ୍ୟ ଯୁବ

ରିପୋର୍ଟ : ରାକେଶ ମହାରଣା
କୋଦଳା, (୧୬/୧୦) : କୋଦଳା ରେ ସଂଗଠିତ ହେଲେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ତିନି ହଜାର ରୁ ଉର୍ଦ୍ଧ୍ଵ ଯୁବକ ।WhatsApp Image 2023-10-16 at 06.39.29

କବିସୂର୍ଯ୍ୟନଗର ଯୁବ ସଂଗଠନ ର ସଭାପତି ଶ୍ରୀମତୀ ରଂଜିତା ସାହୁଙ୍କ ତତ୍ବାବଧାନରେ ଆୟୋଜିତ ଏକ ବିଶାଳ ରାଲି ପ୍ରଥମେ କୋଦଳା ସ୍ଥିତ ବାବା ଦଣ୍ଡେଶ୍ଵର ଙ୍କ ପୀଠରୁ ବାହାରି କୋଦଳା ସହର ପରିକ୍ରମା କରିବା ସହିତ ହାଟତୋଟା ସ୍ଥିତ ଗେଷ୍ଟ ହାଉସ ରେ ବିଶାଳ ସମାବେଶ ହୋଇଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ବରିଷ୍ଠ ବିଜେଡି ନେତା ହର ପ୍ରସାଦ ସାହୁ ଯୋଗ ଦେଇ ଯୁବକ ମାନଙ୍କ ଉଧେଶ ରେ ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁବକ ମାନେ ସଂଗଠିତ ହେଲେ ଦେଶ ତଥା ଜାତିର ଟେକ ରଖୁବା ସହିତ ଦୁର୍ନୀତି, ଅନ୍ୟାୟ ଅନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ନିଜ ମାଟିର ସ୍ବାଭିମାନକୁ ରକ୍ଷା କରିପାରିବେ ବୋଲି କହିଥିଲେ ଶ୍ରୀ ସାହୁ ।

ଏହା ସହ ଯୁବକ ଜାଗ୍ରତ ହେଲେ ସବୁ କ୍ଷେତ୍ରରେ ସମାଜର ପରିବର୍ତନ ହେବା ଆବଶ୍ୟମ୍ଭାବି ବୋଲି ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଶ୍ରୀ ସାହୁ | ମଞ୍ଚରେ ଉପସ୍ଥିତ ଅତିଥ୍ ମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଭାବେ ଆତିଥ୍ୟ ଲାଭ କରି ନିଜର ରାଜନୈତିକ ଅଭିସନ୍ଧି ସମ୍ପର୍କରେ ମନ୍ତବ୍ୟ ରଖୁଥିଲେ ବରିଷ୍ଠ ସଂଗଠକ ତଥା ବିଜେଡି ନେତା ବିଜୟ କହର, ଏହା ସହ ଜଣେ ଅନୁଭବି ନେତା ଙ୍କୁ ପାଖରେ ପାଇ ବେଶ ଖୁସି ଅନୁଭବ କରିବା ସହିତ ଆଗାମୀ ଦିନରେ ଶ୍ରୀ ହର ପ୍ରସାଦ ସାହୁ କିମ୍ବା ତାଙ୍କ ପରିବାର କୁ ବିଜେଡି ପକ୍ଷରୁ ଟିକେଟ ଦିଆଯିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ ଶ୍ରୀ କଁହର । ଏବଂ ଯୁବ ସଂଗଠନ ନିମନ୍ତେ ଦୀର୍ଘ ଦିନ ର ଅଭିଜ୍ଞତା କୁ ନିଜର ଓଜସ୍ବୀ ଭାଷଣ ମାଧ୍ୟମରେ ପରାମର୍ଶ ଦେଇଥିଲେ ଉପସ୍ଥିତ ଅତିଥୁ ।

ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଯୁବ ସଂଗଠନର ଭାବ ଭଙ୍ଗୀକୁ ଅତି ନିଆରା ଢଙ୍ଗରେ ପାଳନ କରିଥିଲେ ଯୁବ ସଂଗଠନ ର ସମସ୍ତ କର୍ମକର୍ତା । କାର୍ଯ୍ୟକ୍ରମ ର ପ୍ରାରମ୍ଭରେ କୋଦଳା ର ପୂର୍ବତନ ନଗର ପାଳିକା ଶ୍ରୀମତୀ ସୁନୀତା ପ୍ରଭା ସାହୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ସ୍ବତନ୍ତ୍ର ଅତିଥ୍ୟ ଭାବେ ଦଣ୍ଡପାଣି ମହାପାତ୍ର, ପବିତ୍ର ମୋହନ ସାବତ, ରବୀନ୍ଦ୍ର ପରିଡା, ଅମୁଲ୍ୟ ଦାସ, ମନ୍ମଥ ଭୂୟାଁ, ପ୍ରଦୀପ ପାତ୍ର, ପରିଡା, ବିଜୟ କୁମାର ପ୍ରଧାନ, ଟୁକୁନା ସାହୁ,ଭ୍ରମର ମାୟାଧର ଭଟ ମିଶ୍ର ପ୍ରମୁଖ ଯୋଗ ଦେଇ ଯୁବ ଗୋଷ୍ଠୀ ଙ୍କୁ ଉତ୍ସାହିତ କରିଥିଲେ | ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ସମାବେଶକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।