ଭରସା ପରିବାର ତରଫରୁ ରକ୍ତଦାନ ଶିବିର

0
94
ଭରସା ପରିବାର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୧୦) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ପିତେଇପାଲି (ଗଜବନ୍ଧ) ଠାରେ ଭରସା ପରିବାର ତରଫରୁ ୧୭୫ତମ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l

ଏଥିରେ ୨ ମହିଳା ସମେତ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି l ଅନୁଷ୍ଠିତ ରକ୍ତଦାନ ଶିବିର କୁ ଯୁବ ବ୍ୟବସାୟୀ ତଥା ସମାଜସେବୀ ପ୍ରଦୀପ ହୋତା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ବିରମହାରାଜପୁର ସବଟ୍ରେଜେରୀ ଅଧିକାରୀ ଅରୁଣ କୁମାର ମେହେର ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ବୁର୍ଲା ବ୍ଲଡ଼ ବ୍ୟାଙ୍କରୁ ଡ଼. ସ୍ମୃତିରଞ୍ଜନ ପଣ୍ଡା, ଦେବାଶିଷ ମିଶ୍ର, ମଣ୍ଟୁ ପଧାନ, ସ୍ମୃତିରଞ୍ଜନ ପଟ୍ଟନାୟକ, ଜନକ ବେହେରା, ପଏନୁ ଭୋଇ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ l ଏଥିରେ ଭରସା ପରିବାର ର ମୁଖ୍ୟ ବିନାୟକ ଦ୍ୱାରି (ଟୁକୁ), ଲକ୍ଷ୍ମଣ ପାତ୍ର, ବବୁଲ ତ୍ରିପାଠୀ, ଦୁର୍ବାଦଳ ପର୍ଡଆ, ବଳରାମ ମହାକୁର, ପୂର୍ଣଚନ୍ଦ୍ର ମେଲ୍ଲୀ, ଶମ୍ଭୁ ମେଲ୍ଲୀ, ବିର୍ବଳ ପର୍ଡଆ, ବୃନ୍ଦାବନ ପର୍ଡଆ, ରଘୁନାଥ କ୍ଷେତି ଜଗଦିଶ ଶତପଥି,ସଂଜୀବ ପଡ଼ିଆ ପ୍ରମୁଖ ସହଯୋଗ କରିଥିଲେ l