ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା; ୨ ମୃତ, ୨ ଆହତ

0
42
ଟ୍ରକ୍-ବୋଲେରୋ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୬/୧୦) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା- ଭାଲୁମୁଣ୍ଡା ରାସ୍ତାର ଫୁଗୁଡା ଛକରେ ଆଜି ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ୍- ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତଙ୍କୁ ଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଟ୍ରକଟି ରାୟପୁରରୁ ବଙ୍ଗୋମୁଣ୍ଡା ଅଭିମୁଖେ ଯାଉଥିଲା । ଏହି ସମୟରେ ବରଗଡ଼ ଜିଲ୍ଲା ଗାଇସିଲେଟ ଗାଁ’ରୁ ଏକ ବୋଲେରୋରେ ଚାରି ଜଣ ନୂଆପଡ଼ା ଜିଲ୍ଲା ସିନାପାଲି ଆସୁଥିଲେ। ଫୁଗୁଡା ଛକରେ ଟ୍ରକ୍- ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ବୋଲେରୋଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ବୋଲେରୋରେ ଥିବା ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ । ଅଗ୍ନିଶମ ବାହିନୀ ଓ ପୁଲିସ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା । ବୋଲେରୋଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଥିଲା । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।