ଦେହ ବେପାରୀ ଏବଂ ଯୁବତୀ ସହ ୨ ଅଭିଯୁକ୍ତ ଗିରଫ, ବଲାଙ୍ଗୀର ରୁ ରାଜଧାନୀକୁ କନେକ୍ସନ୍

0
81
ଦେହ ବେପାରୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ପାଟଣାଗଡ, (୧୬/୧୦) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରର କାଦୋପଡା ଠାରୁ ଗୁରୁବାର ରାତ୍ରି ୮ ଟା ସମୟରେ ବିଶେଷ ସୂତ୍ର ରୁ ପାଟଣାଗଡ଼ ପୋଲିସ ଖବର ପାଇ ଏକ ଘରେ ଚଢ଼ାଉ କରି ଜଣେ ଦେହ ଜୀବି ଯୁବତୀ ଏବଂ ୨ ଜଣ ଗ୍ରାହକ ଙ୍କୁ ଗିରଫ କରିଥିଲା ।WhatsApp Image 2023-10-16 at 13.01.58

ସୂଚନା କ୍ରମେ ପାଟଣାଗଡ଼ ବଡ଼ପଡାର ପଞ୍ଚା ମେହେର ଏବଂ ପାଢେଲ ଗ୍ରାମର ସମ୍ପଦ ପୋଡ଼ ପଶ୍ଚିମବଙ୍ଗର ଏକ ଦେହଜିବୀ ଯୁବତୀ କୁ ବଲାଙ୍ଗୀର ରେଲୱେ ଷ୍ଟେସନରୁ ଆଣି ପାଟଣାଗଡ଼ କୁ ଆଣି ଦେହ ବେପାର ଦୀର୍ଘ ଦିନ ଧରି ଚଳାଇ ଆସୁ ଥିଲେ । ବିଶେଷ, ଦ୍ରଷ୍ଟବ୍ୟ ଯେ, ବଲାଙ୍ଗୀର ମ୍ୟାଡିକାଲ କଲେଜ ଡାକ୍ତରଖାନା ର ଜଣେ ଡାକ୍ତର ଗତ ୧୩-୦୮-୨୦୨୩ ରିଖ ଦିନ ଡାକ୍ତର ଖାନା ପରିସର ରେ ବିଳମ୍ବିତ ରାତ୍ରୀ ପ୍ରାୟ ୧୨ ଟା ସମୟରେ ଡାକ୍ତଖାନା ଏ ଆର ଟି କକ୍ଷ କେନ୍ଦ୍ର ନିକଟରେ ଅସଞ୍ଜତ ଅବସ୍ଥାରେ ଜଣେ ବଙ୍ଗାଳୀ ଯୁବତୀ ସହ ଥିବା ଲୋକେ ଦେଖିବା ଓ ଗଣ୍ଡଗୋଳ କରି ବିରୋଧ କରିଥିଲେ । ଏପରି କି ଏହି ଜିଲ୍ଲା ରୁ ଭୁବନେଶ୍ଵର,କଟକ,କୁ କାର ରେ ଅନ୍ୟ କିଛି ଯୁବତୀ ଙ୍କୁ ଦାମ ମୂଲଚାଲ କରି ପଠା ଯିବା ବଲାଙ୍ଗୀର ସହର ରେ ଚର୍ଚ୍ଚା ଜୋର ଧରିଛି ।

ଉକ୍ତ ଯୁବତୀ ଟି କିଏ ତାହା ନେଇ ବର୍ତ୍ତମାନ୍ ସାରା ଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଛି । ସେହିପରି ଏହି ଦେହଜିବୀ ଙ୍କ ସହ ୨ ଗ୍ରାହକ ଙ୍କୁ ଗିରଫ କରି ଥାନାକୁ ଅଣାଯାଇ ଥିଲା । ତାଙ୍କୁ କୋର୍ଟ ଚାଲାଣ କରାଯିବା ସହ ସବିଶେଷ ତଦନ୍ତ ଆରମ୍ଭ ହୋଇଛି ବୋଲି ପାଟଣାଗଡ଼ ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକାରୀ ଜ୍ଯୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି ।