ମୁକ୍ତେଶ୍ଵର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌

0
42
ମୁକ୍ତେଶ୍ଵର ମନ୍ଦିରରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୬/୧୦) : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୋଠ ସାହି ଗ୍ରାମର ବାବା ମୁକ୍ତେଶ୍ଵର ମନ୍ଦିରର ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି ।

ବ୍ରହ୍ମଗିରି ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ସନ୍ଧନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି । କେହି ଦୁର୍ବୃତ୍ତ ମୁକ୍ତେଶ୍ଵର ଦେବଙ୍କ ହୁଣ୍ଡିକୁ ଟେକି ନେଇ ଗାଁ ନିକଟ ମଶାଣି ପାଖରେ ଭାଙ୍ଗି ଟଙ୍କା ନେଇ ଫେରାର ହୋଇ ଯାଇଛି । ହୁଣ୍ଡିରେ ୫୦ ହଜାରରୁ ଅଧିକ ଟଙ୍କା ଥିଲା ବୋଲି ଗାଁ ଲୋକେ ଅନୁମାନ କରୁଛନ୍ତି ।