ବ୍ଳକ୍ ସ୍ତରୀୟ ଶିଶୁ ମହୋସବ ‘ ସୁରଭି’ ଅନୁଷ୍ଠିତ

0
49
ବ୍ଳକ୍ ସ୍ତରୀୟ ଶିଶୁ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧୭/୧୦) : ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-18 at 09.07.56

ବ୍ଳକ୍ ଶିକ୍ଷା ଅଧିକାରୀ ସଚିନ କୁମାର ମଲ୍ଲିକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ମାଝି, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଫ୍ୟାକଲ୍ଟି ଉମାକାନ୍ତି ବାଇ ପାଇ, ଅବସରପ୍ରାପ୍ତ ଶିକ୍ଷକ ଲୋକନାଥ ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ନାୟକ ପ୍ରମୁଖ ମଞ୍ଚାସୀନ ରହି ମାଣ୍ଡିଆ ଜାତୀୟ ଖାଦ୍ୟର ଉପାଦେୟତା ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ । ସମୁଦାୟ ୧୭ଟି କ୍ଲଷ୍ଟରର ପିଲାମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଜିଲ୍ଲାସ୍ତରରେ ମଧ୍ୟ ବିଜୟୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବାକୁ ସୁଯୋଗ ପାଇବା ସହ ୩ ଦିନ ବ୍ୟାପୀ ବୋରିଗୁମ୍ମା ବ୍ଳକରେ ଏହି ସୁରଭି କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡିଛି ।