ଆନ୍ତର୍ଜାତିକ ସମ୍ମାନ ଦିବସ ଉପଲକ୍ଷେ ଭିନ୍ନକ୍ଷମମାନଙ୍କ ସମସ୍ୟା ନେଇ NAB ଓଡ଼ିଶା ନିର୍ଦ୍ଦେଶକଙ୍କ ସାକ୍ଷାତକାର

0
38
ଆନ୍ତର୍ଜାତିକ ସମ୍ମାନ ଦିବସ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୯/୧୦) : ତା-୧୮/୧୦/୨୦୨୩ ରିଖରେ NAB ଓଡ଼ିଶାର ନିର୍ଦ୍ଦେଶକ ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶ ଭିନ୍ନକ୍ଷମମାନଙ୍କର ସମ୍ମାନ ଓ ସମେତ ଶିକ୍ଷା ସମ୍ପର୍କରେ ବିଭିନ୍ନ ସମସ୍ୟା ନେଇ ITI ସରକାରୀ ମହାବିଦ୍ୟାଳୟ ରାୟଗଡ଼ାଠାରେ ଅଧ୍ୟକ୍ଷ, କର୍ମଚାରୀ ତଥା ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରିଛନ୍ତି ।WhatsApp Image 2023-10-19 at 09.18.01

ଏହି ଆଲୋଚନାରେ ପ୍ରଫେସର ଶ୍ରୀ ଦାଶ ଭିନ୍ନକ୍ଷମ ମାନଙ୍କର ଆର୍ଥିକ ସହାୟତା, ଶିକ୍ଷା ଉପକରଣ ଯୋଗାଣ, ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଭୃତି ସମ୍ପର୍କରେ ଉପୁଜି ଥିବା ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଏହି କ୍ଷେତ୍ରରେ କଲେଜ କର୍ତ୍ତୃପକ୍ଷଙ୍କର ସକ୍ରିୟ ଯୋଗଦାନ ପାଇଁ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ରାୟଗଡ଼ାଠାରେ ଭିନ୍ନକ୍ଷମମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।