ସ୍ୱାମୀଙ୍କ ମୃତ୍ୟୁକୁ ୧୨ ଘଣ୍ଟା ନପୁରୁଣୁ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

0
45
ସ୍ୱାମୀଙ୍କ ମୃତ୍ୟୁକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢ଼େଙ୍କାନାଳ, (୧୯/୧୦) : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚବଟୀ ଗ୍ରାମରେ ଅଭାବନୀୟ ଘଟଣା । ସ୍ୱାମୀଙ୍କ ମୃତଦେହ ଉଦ୍ଧାର କୁ ୧୨ ଘଣ୍ଟା ନପୁରୁଣୁ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର ।

ଆଜି ସକାଳୁ ଗୁଣ୍ଡିଚାପଡ଼ା ନିକଟରେ ଥିବା ଏକ କେନାଲରୁ ଅଗ୍ନିଶମ ବିଭାଗ ବୃଦ୍ଧା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । ଗତ ରାତିରେ ସ୍ଵାମୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ମୃତକ ମାନେ ହେଲେ ସ୍ଵାମୀ ଦୁଶାସନ ସାହୁ ଓ ୬୩ ବର୍ଷୀୟ ପତ୍ନୀ ପଦ୍ମାବତୀ ସାହୁ । ଦୁଶାସନ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ହୋଇଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହେଲା ଜଣା ପଡ଼ିନାହିଁ । ପାରିବାରିକ କଳହର ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।