ଲକ୍ଷାଧୀକ ଶ୍ରଦ୍ଧାଳୁଙ୍କ ସମାଗମରେ ଐତିହାସିକ ବଳୀଯାତ୍ରାର ମହାବଳୀ ଯାତ୍ରା ସମ୍ପନ୍ନ

0
42
ଲକ୍ଷାଧୀକ ଶ୍ରଦ୍ଧାଳୁଙ୍କ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୩/୧୦) : ଲକ୍ଷାଧୀକ ଶ୍ରଦ୍ଧାଳୁଙ୍କ ସମାଗମରେ ସୁବର୍ଣ୍ଣପୁରର ଐତିହାସିକ ବଳୀଯାତ୍ରାର ମହାବଳୀ ଯାତ୍ରା ସମ୍ପନ୍ନ ହୋଇଛି ।

ରାଜା ରାଜୁଜା ଅମଳରୁ ଅଷ୍ଟଚଣ୍ଟୀଙ୍କ ଏହି ପୀଠରେ ଆଶ୍ବୀନ ଅମାବାସ୍ୟାରୁ ପୂର୍ଣ୍ଣମୀ ଯାଏଁ ତନ୍ତ୍ର ପଦ୍ଧିତିରେ ଯନ୍ତ୍ର ଓ ମନ୍ତ୍ର କୁ ଆଧାର କରି ବଳୀପର୍ବ ପାଳନ ହୋଇଥାଏ । ଚଳିତ ବର୍ଷ ବଡ ଧୁମ ଧାମରେ ପାଳିତ ହୋଇଛି ମହାବଳୀ ଯାତ୍ରା । ତନ୍ତ୍ର ପୀଠ ସୁବର୍ଣ୍ଣପୁର । ରାଜା ରାଜୁଡା ଅମଳରୁ ଶାକ୍ତ ପରମ୍ପରା ରେ ପାଳିତ ହୋଇଆସୁଛି ବଳୀଯାତ୍ରା । ଉଆଁସ ବଳୀ, ନିଶାବଳୀ, ଖଉଳ ବଳୀ, ଡାଙ୍ଗୁଆ ବଳୀ, ଗାୟନ ବଳୀ, ନବମୀ ବଳୀ, ମହାବଳୀ, ଦଶହରାବଳୀ ଓ ପୁର୍ଣ୍ଣମୀ ବଳୀ ଆଦି ନଅ ପ୍ରକାର ବଳୀ ପାଳନ କରାଯାଇ ପୂର୍ଣ୍ଣମୀ ତିଥିରେ ଶେଷ ହୋଇଥାଏ l ତେବେ ଅନ୍ୟତ୍ର ବଳୀ କହିଲେ ଛାଗ ବା ମହିଷୀକୁ କୁହାଯାଊଥିବା ବେଳେ ଏଠାରେ ବଳୀ କହିଲେ ସମର୍ପଣ ବା ଉତ୍ସର୍ଗ କୁ ବୁଝାଇଥାଏ ।

ଚଳିତ ବର୍ଷ ବଡ ଧୁମ ଧାମରେ ପାଳିତ ହୋଇଛି ଏହି ବଳୀ ଯାତ୍ରା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଏହି ବଳୀଯାତ୍ରା ପାଳିତ ହୋଇଛି ସ୍ଥାନୀୟ ଖମ୍ବେଶ୍ବରୀ ମନ୍ଦିରରେ । ଷୋହଳ ଭରନୀ ବାଦ୍ୟର ତାଳେ ତାଳେ ମହାବଳୀ ନୃତ୍ୟ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ହାତରେ କଳା ଧଳା ଛତ୍ର ଧରି ଚେପଟା ଢୋଲରେ ଛିଡା ହୋଇ ଦହି ଦହନାରେ ମହମହ ବାସୁଥିବା ବରୁଆର ଚୁଳବନ୍ଧା କାର୍ଯ୍ୟ ରେ ସମାପିତ ହୋଇଥାଏ ଏହି ମହାନବମୀ ବଳୀ । ରାଜା ରାଜୁଡା ଅମଳରୁ ଚାଲି ଆସୁଥିବା ଏହି ଯାତ୍ରାରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ତନ୍ତ୍ର ମାଟି ସୁବର୍ଣ୍ଣପୁରରେ ।