ମାଲବାହୀ ଟ୍ରେନ୍ ଧକ୍କାରେ ମାଈହାତୀ ମୃତ

2
35
ମାଲବାହୀ ଟ୍ରେନ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୫/୧୦) : ମାଲବାହୀ ଟ୍ରେନ୍ ଧକ୍କାରେ ମାଈହାତୀ ମୃତ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ୍ ଉଚ୍ଚବାଲି ନିକଟରେ ମାଲବାହୀ ଟ୍ରେନ୍ ଧକ୍କାରେ ମାଈହାତୀ ମୃତ ।

ଘଟଣାସ୍ଥଳର ପହଞ୍ଚି ବନ ବିଭାଗର ତଦନ୍ତ ଜାରି । ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ କୁହୁଡ଼ି ପଡ଼ିଥିବା ବେଳେ, ନୟାଗଡ଼ ଓ ଜୁରୁଡ଼ି ଷ୍ଟେସନ୍ ମଝିରେ ଉଚ୍ଚବାଲିନିକଟରେ ଟ୍ରେନ୍ ଲାଇନ୍ ପାର୍ କରୁଥିବା ବେଳେ, ହାତୀକୁ ଧକ୍କା ଦେଇଥିଲା ଟ୍ରେନ୍ ।ଫଳରେ, ଘଟଣାସ୍ଥଳରେ ହାତୀର ମୃତ୍ୟୁ ଘଟିଥିଲା । ମୃତ ହାତୀର ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ସୂଚନା ମିଳିଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

2 COMMENTS

Comments are closed.