କଫସିରଫ କାରବାର କରୁଥିବା ଦୁଇ ଅଭିଯୁକ୍ତ ଗିରଫ : କଫସିରଫ ସହ ନିଶା ବଟିକା ଓ ବାଇକ ଜବତ

0
153

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୭/୦୯) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡା ସହର ରୁ ବେଆଇନ କଫସିରଫ କାରବାର କରୁଥିବା ନେଇ ପୋଲିସ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ,ଗତ ୬ ତାରିଖ ସୋମବାର ଦିନ ରାତିରେ କପାଣି ପଞ୍ଚାୟତ ତରା ଗାଁର କମଲ ନାଗ କଫ୍‌ ସିରଫ ପେଟି ଧରି ବେଲପଡା ଆସୁଥିବା ସମୟରେ ପୋଲିସ ହାବୁଡ଼ରେ ପଡ଼ିଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ବେଲପଡା ଥାନା ଏଏସ୍‌ଆଇ ସୁରେଶ ଚନ୍ଦ୍ର ପସାୟତ ଓ ତାଙ୍କ ଷ୍ଟାଫ୍ ଆଗରୁ ଛକି ବସିଥିବା ବେଳେ କମଲକୁ କପାଣି ଓ ତରା ଗାଁର ମଝିରେ କଫସିରଫ କାରବାର କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାର ବାଇକକୁ ଜବତ କରିଥିଲେ ।

ସେହିପରି ବେଲପଡା ଗାଁର ବାବୁଲି ପୃଷ୍ଟି ଘରେ ଚଢ଼ାଉ କରି କରେକ୍ସ ଜବତ କରିବା ସହ ତାକୁ ଗିରଫ କରି ପୋଲିସ ଷ୍ଟେସନ ଆଣିଥିଲେ । ବେଲପଡା ଥାନାରେ କେଶ ନମ୍ବର ୨୮୪/୨୧ଏବଂ ୧୮୫/୨୧ ଦଫାୟୁଏସ୍ ୨୮୨/୨୭୪/୨୭୫/୧୨୦ ବି କ୍ରମେ ମାମଲା ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ତାଙ୍କ ନିକଟରୁ ୧୯୦ ବୋତଲ କଫସିରଫ ଦୁଇଟି ଟାବଲେଟ ପତା ଜବତ ହୋଇଛି । ଯାହାର ମୂଲ୍ୟ ହାରାହାରି ୪୦,୦୦୦ରୁ ଅଧିକ ବୋଲି ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି ।

ଉକ୍ତ ଦୁଇ ଅଭିଯୁକ୍ତ ଏହି କାରବାର ଦିର୍ଘ ଦିନରୁ ଚଳାଇ ଆସୁଥିବା ବେଳେ ସେମାନେ ଉକ୍ତ କଫସିରଫ ସହ ଟାଵଲେଟ କାହା ନିକଟ ରୁ ଆଣି ଏହି କାରବାର ଚଳାଉ ଥିଲେ ପୋଲିସ ଏ ନେଇ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।