ଆଜି ଠାରୁ ଆରମ୍ଭ ଢ଼େଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

0
51
ଆଜି ଠାରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୮/୧୦) : ଆଜି ଠାରୁ ଆରମ୍ଭ ଢ଼େଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଧରାବତରଣ କରିବେ ମା ଧନାଦାତ୍ରି । ଏନେଇ ଚଳଚଞ୍ଚଳ ହେବା ସହ ସଜେଇ ହେଇଛି ଢେଙ୍କାନାଳ ସହର ।

ଗଜ ଲକ୍ଷ୍ମୀପୂଜା ବେଶ ଉତ୍କଣ୍ଠା ଓ ଉତ୍ସାହର ସହ ଅପେକ୍ଷାରେ ରହିଛନ୍ତି ଢ଼େଙ୍କାନାଳ ବାସୀ। ମା’ଙ୍କ ଆବାହନ ପାଇଁ ସଜେଇ ହୋଇଛି ଢେଙ୍କାନଳ ସହର । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳା ରେ ଝଲସୁଛି ପୁରା ସହର । ମାଆ ଙ୍କ ପୂଜା ଆଜିଠୁ ଆରମ୍ଭ ହୋଇ ଆସନ୍ତା ମାସ ୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ମା ଙ୍କ ଆରାଧନା । ଚଳିତ ଥର ମୋଟ ୩୮ ଟି ପୂଜା ମଣ୍ଡପରେ ବୈଦିକ ରୀତିନୀତିରେ ପୂଜା ପାଇବେ ମା । ଢ଼େଙ୍କାନାଳର ଗଜଲକ୍ଷ୍ମୀ ପୂଜାର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ପ୍ରସିଦ୍ଧି ଲାଭ କରିଛି ।