ଢେଙ୍କାନାଳ ସ୍ୱୟଂ ଶାସିକ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ 

0
202
ଢେଙ୍କାନାଳ ସ୍ୱୟଂ ଶାସିକ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୦୯/୦୧) : ଢେଙ୍କାନାଳ ସ୍ୱୟଂ ଶାସିକ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ର ପ୍ରାରମ୍ଭକ ବୈଠକ ଅନୁଷ୍ଠିତ ହୋଇଛି ।WhatsApp Image 2022 01 09 at 11.29.04 AM 1 ଢେଙ୍କାନାଳ ସ୍ୱୟଂ ଶାସିକ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଢେଙ୍କାନାଳ ସ୍ୱୟଂ ଶାସିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରଞ୍ଜିତ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଏକ ସୁସ୍ଥ ସମାଜ ର ଗଠନ ରେ ଶିକ୍ଷା ସହିତ ସଂସ୍କାର ର ଭୂମିକା ଉପରେ ଯୁବ ଛାତ୍ର ଛାତ୍ରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । କାର୍ଯ୍ୟକ୍ରମ ର ସଂଯୋଜକ ତଥା ଦର୍ଶନ ଶାସ୍ତ୍ର ବିଭାଗୀୟ ମୁଖ୍ୟ ଶ୍ରୀ ଶରଦା ପ୍ରସନ ପତି ଏକ ଉଜ୍ୱଳ ଭବିଷ୍ୟତ ଗଠନ ରେ ନ୍ୟେତିକ ମୂଲ୍ୟବୋଧ ର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ କରିଥିଲେ ।

ନୋଡାଲ ପ୍ରଶିକ୍ଷକ ଭାବେ ବାଣିଜ୍ୟ ବିଭାଗୀୟ ମୁଖ୍ୟ ଡ଼ା ରଜନୀକାନ୍ତ ଖୁଣ୍ଟିଆ, କମ୍ପୁଟର ବିଜ୍ଞାନ ର ବିଭାଗୀୟ ମୁଖ୍ୟ ଶ୍ରୀ ଦିଲୀପ କୁମାର ନାୟକ ଓ ଓଡିଶା ବିଭାଗର ଅଧ୍ୟାପକ ଶ୍ରୀ ରଶ୍ମିରଂଜନ ନାୟକ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ଗଠନ ଓ ବ୍ୟତୀତ୍ଵ ବିକାଶ ର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗ ର ବହୁ ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।