ଶତାୟୁ ବରଗଛକୁ ଉନ୍ନୟନ କାର୍ଯ୍ୟ ପାଇଁ କାଟିବାକୁ ବିରୋଧ

0
38
ଶତାୟୁ ବରଗଛ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୧୦) : କାଶୀନଗର ଏନଏସି କତୃପକ୍ଷ ଉନ୍ନୟନ କାର୍ଯ୍ୟ ଏକ ଛୋଟିଆ ଡ୍ରେନ ନିର୍ମାଣ ପାଇଁ ୨୦୦ ବର୍ଷ ରୁ ଅଧିକା ବଞ୍ଚିଥିବା ଏକ ଗଛକୁ କାଟିବାକୁ ଉଦ୍ୟମ କରିବାରୁ ଜନସାଧାରଣ ତୀବ୍ର ବିରୋଧ କରୁଥିବା ଦେଖିବାକୁ ମିଳିଛି ।

ଶତାୟୁ ବରଗଛକୁ ଉନ୍ନୟନ କାର୍ଯ୍ୟ ପାଇଁ କାଟିବାକୁ ବିରୋଧ । ଏନ ଏ ସି କତୃପକ୍ଷ ଗତ ମେ ମାସରେ ଜବରଦଖଲ ଉଚ୍ଛେଦ କରିଥିଲେ, ଏଯାଏଁ ଏଠାରେ ମାଟି ମୁଠାଏ ପଡ଼ିନାହିଁ, ଡ୍ରେନ ନିର୍ମାଣ ନାମରେ ଏକ ବୃହତ ବଟ ଗଛ ଯାହାର ଆନୁମାନିକ ବୟସ ୧୫୦ ରୁ ଉର୍ଦ୍ଧ ହେବ, ତାକୁ ମୂଳରୁ ସଫା କରି ଏକ ଡ୍ରେନ ନିର୍ମାଣ କରାଯାଉଥିବା ବିଷୟ କେଵେ ଦୂର ଯୁକ୍ତି ଯୁକ୍ତ, ଏନେଇ ବାସ ଷ୍ଟାଣ୍ଡ ଅଞ୍ଚଳ ର ଲୋକେ ଏହାକୁ ନାପସନ୍ଦ କରିଛନ୍ତି । ଏନେଇ ବନ ବିଭାଗ ରେଞ୍ଜେର ଶ୍ରୀ ବେହେରା ସରାଜମିନ ତଦନ୍ତ କରି ବିନା ପରିବେଶ ଓ ମଞ୍ଜୁରୀ ନ ଥାଇ ଗଛ କାଟିବାକୁ ମନା କରିଥିବା ଯୋଗୁଁ ବର୍ତମାନ ଏହା ସ୍ଥଗିତ ରହିଛି ।

କହିବାକୁ ଗଲେ ଦୀର୍ଘ ୫୦ ବର୍ଷରୁ ଅଧିକ ହେବ ଏହି ଗଛ ମୂଳରେ ତ୍ରିନାଥ ଗୋସାଇଁ ପୂଜା ପାଉଛନ୍ତି, ପୁଣି ଏହି ଗଛରେ ଶହ ଶାହ ପକ୍ଷୀଙ୍କ ବାସ ସ୍ଥଳ ପାଲଟିଛି, ବସ ଷ୍ଟାଣ୍ଡରେ ରେଷ୍ଟ ସେଡ ନ ଥିବାରୁ ଲୋକେ ଏହି ଗଛ ର ଛାଇ ତଳେ ଆଶ୍ରୟ ନେଉଛନ୍ତି, ଏତଦ ବ୍ୟତୀତ ବାସ ଷ୍ଟାଣ୍ଡ ର ଧୂଳି ପ୍ରଦ୍ୟୁଷଣ କୁ ରୋକି ପାରୁଛି । ବଜ୍ରପାତ ଭଳି ବହୁ ସମସ୍ୟାକୁ ରୋକିବାର ଶକ୍ତି ରହିଛି । ଏଣୁ କତୃପକ୍ଷ, ଡ଼ିଏଫଓ, ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜନସାଧାରଣ ଦାବୀ କରିଛନ୍ତି ।