ରାୟଗଡାରେ ଆୟୋଜିତ ହେଲା ସଂକ୍ଷିପ୍ତ ସ୍ୱତନ୍ତ୍ର ସଂଶୋଧନ ସମ୍ପର୍କିତ ପଥ ଉତ୍ସବ ଓ ୱାକେଥନ

0
54
ରାୟଗଡାରେ ଆୟୋଜିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୮/୧୦) : ରାୟଗଡା ଜିଲ୍ଲା ସଦରମହକୁମା ରାଜରାସ୍ତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂଶୋଧନ ସମ୍ପର୍କିତ ପଥ ଉତ୍ସବ ଓ ୱାକେଥନ ଶନିବାର ଦିନ ଆୟୋଜିତ ହୋଇଯାଇଛି ।WhatsApp Image 2023-10-28 at 17.42.16

ସକାଳ ୮ ଘଟିକା ସମୟରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଓ ଭାସ୍କର ରଇତ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଗଜପତି ଛକ ଠାରୁ ବାହାରି ଆଇଟିଡିଏ ସମ୍ମୁଖ ଛକ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଜିସିଡି ଜିଲ୍ଲା ଉଛହା ବିଦ୍ୟାଳୟ, ବରିଷ୍ଠ ନାଗରିକ ସେବା ସଂଘ, ରାୟଗଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାୟଗଡା ନିର୍ବାଚନ ମଣ୍ଡଳୀର ବୁଥ ସ୍ତରୀୟ ଅଧିକାରୀ, ଓ ବୁଥ ସୁପରଭାଇଜର, ନୂତନ ଯୁବ ଓ ପ୍ରତ୍ୟାଶିତ ଭୋଟର ତଥା ବିଭିନ୍ନ ୱାକର୍ଷ କ୍ଲବ ଓ ସାଧାରଣ ମତଦାତା, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର କର୍ମକର୍ତାବୃନ୍ଦ ଅଂଶଗ୍ରହଣ କରିଥିଲେ ।

ଭାରତ ନିର୍ବାଚନ ଆୟୋଗଙ୍କ ଚିହ୍ନ ବହନ କରିଥିବା ଟୋପି ଓ ଯୁବ ଭୋଟରଙ୍କୁ ଓଡ଼ିଆ, ହିନ୍ଦୀ ତେଲଗୁ ଏଭଲି ତିନୋଟି ଭାଷାରେ ଆମେ ଭାରତ ମତଦାତା ମୁଦ୍ରିତ ଟି ସାର୍ଟ ସଚେତନତାର ଏକ ସୁନ୍ଦର ବାର୍ତା ବହନ କରିଥିଲା । ଶୋଭାଯାତ୍ରାର ପ୍ରାରମ୍ଭରେ ମାର୍ଶାଲ ଆର୍ଟ ଓ ମଧ୍ୟ ଭାଗରେ ପଥପ୍ରାନ୍ତ ନାଟକ ଶୋଭାଯାତ୍ରାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବା ସହ ଯାତ୍ରୀ ଓ ସାଧାରଣ ନାଗରିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଶହେ ଫୁଟ ଲମ୍ବର ବ୍ୟାନର ଓଡ଼ିଆ, ହିନ୍ଦୀ, ତେଲଗୁ ଓ ଇଂରାଜୀ ଭାଷାରେ ପଥ ଉତ୍ସବକୁ ବିମନ୍ଦିତ କରିବା ସହ ସଂକ୍ଷିପ୍ତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ -୨୦୨୪ ର ସାମ୍ବିଧାନିକ ବାର୍ତା ବହନ କରିଥିଲା । ବୈଠକ ସ୍ଥଳରେ ଅନଲାଇନ ନାମ ପଞ୍ଜିକରଣ ନିମନ୍ତେ ସହାୟତା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା ।

ଏହି ଅବସରରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ଆମେ ଭାରତର ମତଦାତା ସଂଗୀତ ଓଡ଼ିଆରେ ଲୋକାର୍ପିତ ହୋଇଥିଲା । ଏଥିନିମନ୍ତେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଇଥିଲା । ଡଃ ଆମ୍ବେଦକରଙ୍କ ପ୍ରତିମୁର୍ତି ପାର୍ଶ୍ୱରେ ଫୁଲ ଚିତ୍ର ମାଧ୍ୟମରେ ଆମେ ଭାରତର ମତଦାତା ସ୍ଲୋଗାନ ସ୍ଥାନୀୟ ମହିଳା କ୍ଲବ ଓ ଯୁବ ଭୋଟରଙ୍କ ଦ୍ୱାରା ଚିତ୍ରିତ କରାଯାଇଥିଲା । ଆଇଟିଡିଟିଏ ଛକ ଠାରେ ଅନୁଷ୍ଠିତ ରଙ୍ଗୋଲି ପ୍ରତିଯୋଗିତା ସହ ଯୋଗାସନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଦସ୍ତଖତ ଅଭିଯାନ, ପ୍ଲାକାର୍ଡ଼, ମାର୍ଶାଲ ଆର୍ଟ ଆଦିର ଆୟୋଜନ କରାଯାଇଥିଲା । ସେଲ୍ଫି ପଏଣ୍ଟ ରେ ଫୋଟୋ ଉଠାଣ ଏକ ଅନନ୍ୟ ଆକର୍ଷଣ ଥିଲା । ଶେଷରେ ମଞ୍ଚ ସମ୍ବିଧାନର ପ୍ରସ୍ତାବନା ଉଲ୍ଲିଖିତ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏକ ପଥ ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2023-10-28 at 17.42.15

ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଓ ଭାସ୍କର ରଇତ, ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ କଲ୍ୟାଣୀ ସଂଘମିତ୍ରା ଦେବୀ, ଆଇଟିଡିଟିଏ ର ପ୍ରକଳ୍ପ ପ୍ରଶାସକ ଦିଲୀପ କୁମାର ବିବେହେରା, ରାୟଗଡା ବିଡ଼ିଓ ଅମୁଲ୍ୟ କୁମାର ସାହୁ ମଞ୍ଚାସିନ ହୋଇ ପଥ ଉତ୍ସବରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଅନୁଷ୍ଠାନ ଗୁଡିକୁ ସମ୍ମାନିତ କରିଥିଲେ । ମତଦାନ ସମସ୍ତଙ୍କ ଅଧିକାର ସଂକ୍ଷିପ୍ତ ସ୍ୱତନ୍ତ୍ର ସଂଶୋଧନ ୨୦୨୪ ପରିପ୍ରେକ୍ଷୀରେ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ନାମ ଯୋଗବଦ ଓ ସଂଶୋଧନ କାର୍ଯ୍ୟ ଚାଲୁ ରହିବ । ଏଣୁ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରି ଗର୍ବିତ ହେବା ପାଇଁ ଅତିଥି ବୃନ୍ଦ ସଚେତନ କରିଥିଲେ ।

ଏଣୁ ରଙ୍ଗୋଲି ପ୍ରତିଯୋଗିତାରେ ଦୀପ୍ତି ମହାନ୍ତି ପ୍ରଥମ, ଅଲିଭା କଅଁର ଓ ସୁଜିତ ଖୋସାଲା ଦ୍ଵିତୀୟ ତଥା ମାନିନୀ ନାୟକ ଓ ମଧୁସ୍ମିତା ଛୁଆଲସିଂହ ତୃତୀୟ ସ୍ଥାନ ଅଧିକାର କରିଥିଲେ । ରାୟଗଡା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଏହାର ଆୟୋଜନ କରିଥିଲେ । ରାୟଗଡା ତହସିଲଦାର ପ୍ରିୟଦର୍ଶିନୀ ସ୍ୱାଇଁ, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ ରାୟଗଡା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ସହକାରୀ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଶିକ୍ଷକ ନୀଳାଚଳ ମିଶ୍ର, ରାୟଗଡା ଜିପିଇଓ ଗୋପାଳ ପଣ୍ଡା, ରାୟଗଡା ପୌରପରିଷଦର ନିର୍ବାଚନ ସହାୟକ ଚନ୍ଦ୍ରଶେଖର ରଥ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମକର୍ତା ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ ।