ରୟାଲ ପ୍ୟାଲେସ୍‌ରେ ଚାଲିଥିଲା ସେକ୍ସ ରାକେଟ, ଚଢାଉ କରି ମାଡିବସିଲା ପୋଲିସ

0
58
ରୟାଲ ପ୍ୟାଲେସ୍‌ରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୩୧/୧୦) : ହୋଟେଲରୁ ଦେହଜୀବୀ ଉଦ୍ଧାର । ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ନିକଟରେ ଥିବା ହୋଟେଲ ରୟାଲ ପ୍ୟାଲେସରୁ ତିନି ଜଣ ଯୁବକ, ୩ ଜଣ ଯୁବତୀଙ୍କ ଉଦ୍ଧାର କରିଛି ଧୂସୁରି ପୋଲିସ ।

ରୟାଲ ପ୍ୟାଲେସ୍‌ରେ ସେକ୍ସ୍ ରାକେଟ ଚାଲୁଥିବା ଅଭିଯୋଗ ହୋଇଆସୁଥିଲା । ତେବେ ଉଦ୍ଧାର ହୋଇଥିବା ଯୁବକ-ଯୁବତୀଙ୍କ ମଧ୍ୟରେ ଯାଜପୁର ଅଞ୍ଚଳର ୨ ଯୁବକ ସହିତ ୨ ଯୁବତୀ ଓ ଭଦ୍ରକ ଅଞ୍ଚଳର ଜଣେ ଯୁବକ ସହିତ ଜଣେ ଯୁବତୀକୁ ଧୂଷୁରି ପୋଲିସ ଅଟକ ରଖିଛି । ଏନେଇ ଧାମନଗର ଉପଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଜଣେ ହୋଟେଲ କର୍ମଚାରୀ ମଧ୍ୟ ଅଟକ ଅଛନ୍ତି । ତଦନ୍ତ ପରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଆରଡ଼ି ଫାଣ୍ଡି ନିକଟରେ ଥିବା ହୋଟେଲ ରୟାଲ ପ୍ୟାଲେସରେ ସେକ୍ସ ରାକେଟ ଚାଲୁଥିବା ନେଇ ଦୀର୍ଘଦିନ ହେବ ଅଭିଯୋଗ ହୋଇ ଆସୁଥିଲା । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଭଦ୍ରକ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଧୂଷୁରି ଥାନା ପୋଲିସ ହୋଟେଲରେ ଚଢାଉ କରିଥିଲା । ଏହି ସମୟରେ ହୋଟେଲରୁ ୩ ଯୋଡ଼ା ଯୁବକ-ଯୁବତୀ ଉଦ୍ଧାର ହୋଇଛନ୍ତି । ସେମାନଙ୍କ ଠାରୁ କିଛି ମେଡିସିନ ସହ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା ।