ବାପାମା’ ଘରେ ନ ଥିଲେ, ଝୁଲି ପଡ଼ିଲେ ଆଇଆଇଟି ଛାତ୍ର

0
60
ବାପାମା’ ଘରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୨/୧୧) : ବାପାମା’ ଘରେ ନ ଥିଲେ, ଝୁଲି ପଡ଼ିଲେ ଆଇଆଇଟି ଛାତ୍ର । ବାପାମା’ ସନ୍ଧ୍ୟା ଭ୍ରମଣରେ ଯାଇଥିଲେ । ଘରକୁ ଫେରିଲେ ପୁଅ ସହ ଖୁସି ଗପ ହେବେ ବୋଲି ଭାବିଥିଲେ ।

ମାତ୍ର ଘରକୁ ଫେରି ଯାହା ଦେଖିଲେ ସେମାନଙ୍କ ପାଦ ତଳୁ ମାଟି ଖସିଗଲା । କାରଣ ପୁଅ ସେତେବେଳେକୁ ଓଢ଼ଣି ଲଗାଇ ଝୁଲି ସାରିଥିଲା । ଏପରି ଏକ ଲୋମଟାଙ୍କୁରା ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି । ମୃତକ ଦିଲ୍ଲୀ ଆଇଆଇଟି ଛାତ୍ର ବୋଲି ଜଣାଯାଇଛି । ମୃତକଙ୍କ ନାଁ ପନଭ ଜୈନ ହୋଇଥିବା ବେଳେ ବୟସ ୨୩ ବର୍ଷ ବୋଲି ଜଣାଯାଇଛି ।

ପନଭ କୁମାର ଦିଲ୍ଲୀ ଆଇଆଇଟିରେ ଚତୁର୍ଥ ବର୍ଷ ବି-ଟେକ୍‌ ଛାତ୍ର ଥିଲେ । ସେ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ନିଜ ପରିବାର ସହ ରହୁଥିଲେ । ଗତ ମଙ୍ଗଳବାର ସନ୍ଧ୍ୟାରେ ପନଭଙ୍କ ପିତାମାତା ସାନ୍ଧ୍ୟ ଭ୍ରମଣରେ ଯାଇଥିଲେ । ଉକ୍ତ ସମୟରେ ସେ ଘରେ ଥିବା ୱେଟ ଲିଫ୍ଟିଂ ରଡରେ ଓଢ଼ଣି ଲଗାଇ ଝୁଲି ପଡ଼ିଥିଲେ । ପନଭଙ୍କ ପିତାମାତା ଘରକୁ ଫେରିବା ପରେ ପୁଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ସେମାନେ ତୁରନ୍ତ ପୁଅକୁ ନିକଟସ୍ଥ ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପନଭଙ୍କ ପିତା ପୁଲିସ୍‌ ସମ୍ମୁଖରେ ଦେଇଥିବା ବୟାନ ଅନୁଯାୟୀ, ତାଙ୍କ ପୁଅ କିଛି ଦିନ ହେବ ଡିପ୍ରେସନର ଶିକାର ହୋଇଥିଲେ । ଏଥିନିମନ୍ତେ ତାଙ୍କର ଚିକିତ୍ସା ବି ଚାଲିଥିଲା । ମାତ୍ର ଏହା ମଧ୍ୟରେ ସେ ଏପରି ଚରମ ପଦକ୍ଷେପ ଉଠାଇଦେବେ ବୋଲି କେହି ଭାବି ନ ଥିଲେ । ପୁଅକୁ ହରାଇ ବାପାମା’ କେବଳ ମୁଣ୍ଡ ପିଟି କାନ୍ଦୁଛନ୍ତି ।