ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ

0
47
ଭିଜିଲାନ୍ସ ଜାଲରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨/୧୧) : ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ । ନଗଦ ୬ ଲକ୍ଷ ଟଙ୍କା ଓ ପିସ୍ତଲ ସହ ବଘିଆପଡା ଫାଣ୍ଡି ସରକାରୀ କ୍ୱାଟର ପାଖରୁ ଧରିଲା ଭିଜିଲାନ୍ସ ।WhatsApp Image 2023-11-01 at 17.10.11

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ସରକାରୀ ପୋଲିସ କ୍ୱାର୍ଟର ନିକଟରୁ ଆଜି ବୌଦ୍ଧ ଡିଭିଏଫ କନେଷ୍ଟବଳ ହରିକ୍ରିଷ୍ଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ସେ ଜଣଙ୍କ ଠାରୁ ୬ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କ ନିକଟରୁ ନଗଦ ୬ ଲକ୍ଷ ଟଙ୍କା ଓ ଗୋଟିଏ ପିସ୍ତଲ ସହ ସମ୍ପୃକ୍ତ କନେଷ୍ଟବଳଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ । ଚଢ଼ାଉରେ ବ୍ରହ୍ମପୁର ଓ ବୌଦ୍ଧ ଭିଜିଲାନ୍ସ ଟିମ ସାମିଲ । ପ୍ରାପ୍ତ ସୂଚନା ଅନୁଯାୟୀ ଗଞ୍ଜେଇ ଗଛ ନଷ୍ଟ ନ କରିବା ତଥା ଗଞ୍ଜେଇ ଚାଷକୁ ସୁରକ୍ଷା ଯୋଗାଇ ଦେବା ପାଇଁ ନେଇ ଥିଲେ ମୋଟା ଅଙ୍କର ଟଙ୍କା । ତେବେ ଏଥିରେ କେବଳ କନେଷ୍ଟବଳ ନା ଆଉ ଉପରସ୍ତ ଅଧିକାରୀ ସାମିଲ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।