ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ

0
59
ଆମ ଓଡିଶା ନବୀନ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୧୧) : ସୋନପୁର ବ୍ଲକ ସାଗରପାଲି ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି lWhatsApp Image 2023-11-02 at 19.57.55

ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ତତ୍ୱାବଧାନରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପଧାନ, ବିଡ଼ିଓ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ସମେତ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ମଧୁ ଓତା, ସସ୍ମିତା ମହାନ୍ତି, ବିଧାୟକ ଙ୍କ ପ୍ରତିନିଧି ଗୋପାଳ ବରାଇ, ୧୪ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଓ ହଜାର ହଜାର ସ୍ୱୟଂ ସହାୟିକା ମହିଳା, ଯୁବ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ l ସୋନପୁର ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୧୮୯ଗୋଟି ପ୍ରକଳ୍ପ ପାଇଁ ୭ କୋଟି ମଞ୍ଜୁରୀ ହୋଇଛି l ସେହିପରି ସମଗ୍ର ଜିଲ୍ଲା ରେ ୫୪ କୋଟି ୫୦ଲକ୍ଷ ଟଙ୍କାରେ ୧୪୧୯ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଉଦଘାଟନ ହୋଇଛି l