ହଳଦୀ ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ବାରିକ ଅବସର ଗ୍ରହଣ

1
72
ହଳଦୀ ପ୍ରଧାନ ଶିକ୍ଷକ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୩/୧୧) : ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ବାରିକ ପ୍ରଧାନ ଅବସର ଗ୍ରହଣ କରିଛନ୍ତି l

ଦୀର୍ଘ ୩୫ ବର୍ଷ ଧରି ୧୯୮୪ ମସିହାରୁ ଏହି ଅଞ୍ଚଳର ଶିକ୍ଷାର ପ୍ରସାର ପ୍ରଚାରରେ ଅଗ୍ରଣୀ ଭୂମିକା ନିଭାଇ ଆସୁଛନ୍ତି l ୬ ଜଣ ଛାତ୍ରଛାତ୍ରୀଙ୍କୁ ନେଇଁ ଆରମ୍ଭ କରିଥିବା ବିଦ୍ୟାଳୟଟି ଆଜି ଏକ ବିରାଟ ବିଦ୍ୟାଳୟରେ ପରିଣତ ହେଇଛି ଯେଉଁଠି ୩୦୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି l ଏହି ଅଞ୍ଚଳର ଶିକ୍ଷାପ୍ରେମୀ, ଅଭିଭାବକ ମାନଙ୍କ ଅଗାଧ ସ୍ନେହ, ଶ୍ରଦ୍ଧାରେ, ପ୍ରତ୍ୟେକ ଗ୍ରାମରେ ଚିରପରିଚିତ l ମୁରିବାହାଲ ବ୍ଲକରେ ଏହି ବିଦ୍ୟାଳୟର ନାଁ ରହିଛି l ପ୍ରତ୍ୟେକ ବର୍ଷ ମାଟ୍ରିକ ଫଳା ଫଳ ମଧ୍ୟ୍ୟ ସନ୍ତୋଷ ଜନକ ରହିଆସୁଛି l ବିଦ୍ୟାଳୟଟି ବର୍ତ୍ତମାନ 5Tରେ ଅନ୍ତର୍ଭୁକ୍ତ ହୋଇଛି l ତେଣୁ ଶ୍ରୀ ବାରିକଙ୍କ ଅବସର ପରେ ଜଣେ ସିନିଅର ଏସ. ସି. ଏସ ପ୍ରଧାନ ଶିକ୍ଷକ ଏହି ବିଦ୍ୟାଳୟରେ ନିଯୁକ୍ତି କରିବାକୁ ଅଭିଭାବକ ମହଲରେ ଦାବୀ ହେଉଛି l

1 COMMENT

Comments are closed.