ସମବାୟ ସମିତିର ସେକ୍ରେଟାରୀ ବୀମା ରାଶିକୁ ଚଳୁ କରିଦେଲେ

0
59
ସମବାୟ ସମିତିର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ଵର, (୦୩/୧୧) : ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷେତ୍ରରେ ଅନିୟମିତତା ଦେଖିବାକୁ ମିଳୁଛି ।

ସମବାୟ ସମିତିର ସେକ୍ରେଟାରୀ ବୀମା ରାଶିକୁ ଚଳୁ କରିଦେଲେ । କିଛିଦିନ ତଳେ ନୀଳଗିରି ବ୍ଲକରେ ଅନିୟମିତତା ଦେଖା ଦେଇଥିଲା । ଆଉ ଏବେ ରେମୁଣା ବ୍ଲକର ଦୁର୍ଗାଦେବୀ ପଞ୍ଚାୟତରେ ସମାନ ପରିସ୍ଥିତି । ପଞ୍ଚାୟତର ଜଣେ କି ଦୁଇଜଣ ନୁହଁନ୍ତି ବରଂ ୨ ଶହରୁ ଅଧିକ ଚାଷୀ ରାଜ୍ୟ ସରକାରଙ୍କ ସମବାୟ ବ୍ୟାଙ୍କ ଏବଂ ଗ୍ରାମ୍ୟ ବ୍ୟାଙ୍କରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ନାମ ପଞ୍ଜିକୃତ କରିଥିଲେ । କିନ୍ତୁ ଏଯାଏଁ ବି ଟଙ୍କାଟିଏ ପାଇ ନାହାଁନ୍ତି । ଯାହାକୁ ନେଇ ରେମୁଣା ଦୁର୍ଗାଦେବୀ ଅଞ୍ଚଳର ଚାଷୀ ଗତ ମାସ ୧୨ ତାରିଖରେ ଜିଲ୍ଲାପାଳଙ୍କୁ ଭେଟି ଅବଗତ କରିଥିଲେ । ତା ପରେବି ସମସ୍ୟାର ସମାଧାନ ହୋଇନଥିଲା । ଫଳରେ ଚାଷୀମାନେ ଦୁର୍ଗାଦେବୀ ସେବା ସମିତି ସାମ୍ନାରେ ଧାରଣା ଦେଇଥିଲେ। ଅନ୍ୟପଟେ ଚାଷୀ ମାନେ ଅଭିଯୋଗ କରିଛନ୍ତି ଯେ ଅଞ୍ଚଳର ସମବାୟ ସମିତିର ସେକ୍ରେଟାରୀ ବୀମା ରାଶିକୁ ଚଳୁ କରିଦେଇଛନ୍ତି ।

ସେହିପରି ପଞ୍ଚାୟତର ବହୁ ଚାଷୀ ପ୍ରଧାନମନ୍ତ୍ରୀ ଖରିଫ ଫସଲ ବୀମା ନପାଇବାରୁ ବାରମ୍ବାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି । କିନ୍ତୁ ଫଳ ଶୂନ। ଅନ୍ୟପଟେ ଦୁର୍ଗାଦେବୀ ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ନାମରେ ଖାଲି ଡିଣ୍ଡିମ ପିଟୁଛନ୍ତି । ବୀମା ଟଙ୍କା ନ ଦେଇ ଚାଷୀ ମାନଙ୍କ ପେଟରେ ଗୋଇଠା ମାରୁଛନ୍ତି । ସେପଟେ ଅଭିଯୋଗ ହୋଇଥିବା ସମବାୟ ସମିତିର ସେକ୍ରେଟାରୀ କହିଛନ୍ତି ଚାଷୀ ମାନଙ୍କର ଆଧାର କାର୍ଡ ରେ ଭୁଲ ଥିବାରୁ ଏମିତି ହୋଇଛି।ମୋ ପାଖରେ କୌଣସି ତଥ୍ୟ ନାହିଁ । ତଦନ୍ତ କରାଗଲେ ସଠିକ୍ ଖବର ମିଳିବ ।