କୋରାପୁଟ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ “ପରବ” ର ଶୁଭ ଉଦଘାଟନ

0
79
କୋରାପୁଟ ଜିଲ୍ଲା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୩/୧୧) : ବୋରିଗୁମ୍ମା ଭୈରବ ମନ୍ଦିରରେ ମଶାଲ ପ୍ରଜ୍ବଳନ କରିବା ସହ କୋରାପୁଟ ଜିଲ୍ଲା ଲୋକ ମହୋତ୍ସବ “ପରବ” ର ଶୁଭାରମ୍ଭ ହୋଇଯାଇଛି ।WhatsApp Image 2023-11-04 at 09.08.09

ଏଥି ପୂର୍ବରୁ ସକାଳ ୭ ଘଣ୍ଟା ସମୟରେ କୋରାପୁଟ ସାଂସ୍କୃତିକ ପରିଷଦର ସହଯୋଗରେ ନିଶାଣି ମୁଣ୍ଡା ଠାରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା । ମଧ୍ୟାହ୍ନରେ ବୋରିଗୁମ୍ମା ଭୈରବ ମନ୍ଦିରର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏ.ଏମ୍. ଅଖତାରଙ୍କ ସହ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ, କୋରାପୁଟ ସାଂସଦ, ନିର୍ବାଚିତ ଲୋକ ପ୍ରତିନିଧି ତଥା ସରକାରୀ ଅଧିକାରୀ ମାନେ ଯୋଗ ଦେଇଥିଲେ । ଜିଲ୍ଲାର ୧୪ଟି ବ୍ଳକରୁ ଆସିଥିବା ସାଂସ୍କୃତିକ ଦଳ ମାନେ ନିଜ ନିଜ ନୃତ୍ୟ ଗୀତ ଦ୍ଵାରା ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଭୈରବ ମନ୍ଦିରଠାରୁ ବାହାରି ଷ୍ଟାଡିୟମ ପଡ଼ିଆ ପର୍ଯ୍ୟନ୍ତ ପହଞ୍ଚି ଥିଲେ । ବୋରିଗୁମ୍ମା ନିକଟସ୍ଥ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ବିଶାଳ ପୋଷ୍ଟର ମାଧ୍ୟମରେ ପ୍ରତ୍ୟେକ ବ୍ଲକକୁ ସ୍ଵାଗତ କରାଯାଇ ଥିଲା । ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପ୍ରକାରେ ଆସନ୍ତା ୬ ତାରିଖରୁ ୧୦ ତାରିଖ ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ପରବ ପାଳିତ ହେବ, ଯାହାକୁ କି ପଞ୍ଚାୟତ ତଥା ବି.ଡି.ଓ. ମାନେ ସଂଯୋଜନା କରିବେ ଏବଂ ୧୨ ରୁ ୧୫ ତାରିଖ ମଧ୍ୟରେ ବ୍ଳକ୍ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ସ୍ତରରେ ଏହି ଉତ୍ସବ ପାଳିତ ହେବ, ଯାହାକୁ କି ବି.ଡି.ଓ. ତଥା ନିର୍ବାହୀ ଅଧିକାରୀ ମାନେ ପରିଚାଳନା କରିବେ ।

ସେହିପରି ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ପ୍ରତିଭା ପ୍ରତିଯୋଗିତା ଗୁଡ଼ିକ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମକୁ କୋରାପୁଟ ବ୍ୟାଡମିଣ୍ଟନ ଆସୋସିଏସନ୍, ଜିଲ୍ଲା କ୍ରୀଡା ଅଧିକାରୀ, କୋବ୍ରା, BSF, CISF ଓ Sp ର କମାଣ୍ଡାଣ୍ଟ ମାନେ, D.I.P.R.O., ଜୟପୁର S.D.P.R.O.,ମନୋଜ ଆଚାର୍ଯ୍ୟ, କୋରାପୁଟ ସାଂସ୍କୃତିକ ପରିଷଦ, ଜିଲ୍ଲା ସଂସ୍କୃତି ଅଧିକାରୀ, D.C.C. ତଥା C.E..DSMS କୋରାପୁଟ ସଂଯୋଜନା କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆ ଯାଇଛି । ଏଥିସହିତ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କୋରାପୁଟ ସରକାରୀ କଲେଜ ପଡ଼ିଆରେ ORMAS ପଲ୍ଲିଶ୍ରୀ ମେଳାର ଆୟୋଜନ ସହ ଜିଲ୍ଲା ଓ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କୁ ନେଇ ଜିଲ୍ଲାସ୍ତରରେ ମୂଖ୍ୟ ସମାରୋହ ଆୟୋଜିତ କରିବାକୁ ଜିଲ୍ଳା ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଜଣାପଡିଛି ।