ନିଆଁ ଲିଭାଇବା ବେଳେ ଫାଟିଲା ଗ୍ୟାସ୍‌ ଟାଙ୍କି; ୪ ଆହତ

1
47
ନିଆଁ ଲିଭାଇବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୪/୧୧) : ଫାଷ୍ଟଫୁଡ୍‌ ଦୋକାନରେ ନିଆଁ ଲିଭାଉଥିଲେ ଅଗ୍ନିଶମ କର୍ମଚାରୀ । ହଠାତ୍ ଫାଟିଗଲା ଗ୍ୟାସ ଟାଙ୍କି । ଦୁର୍ଘଟଣାରେ ୪ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ ।

ବଲାଶ୍ରମ୍ ନିକଟରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରେ ଗତକାଲି ନିଆଁ ଲାଗିଯାଇଥିଲା । ଏନେଇ ଦୋକାନ ମାଲିକ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୋକାନ ଭିତରେ ପଶି ନିଆଁକୁ ଆୟତ୍ତ କରୁଥିଲେ । ହଠାତ୍ ସେଠାରେ ଥିବା ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ନିଆଁକୁ ଆୟତ୍ତ କରୁଥିବା ୪ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୨ ଜଣ ସୁସ୍ଥ ଥିବାବେଳେ ଅନ୍ୟ ଦୁଇ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

1 COMMENT

Comments are closed.