ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

0
48
ଜିଲ୍ଲା ସ୍ତରୀୟ ଖରିଫ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୦୫/୧୧) : ସୁବର୍ଣ୍ଣପୁର ଜିଲ୍ଲାରେ ଖରିଫଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି lWhatsApp Image 2023-11-04 at 18.00.02

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଡିସେମ୍ବର ୦୬ ତାରିଖ ରୁ ଡୁଙ୍ଗୁରିପାଲି ଓ ବିନିକା ବ୍ଲକ ଏବଂ ଡିସେମ୍ବର ୧୦ ତାରିଖ ରୁ ବୀରମହାରାଜପୁର, ଉଲୁଣ୍ଡା, ସୋନପୁର ଓ ତରଭା ବ୍ଲକ ରେ ଖରିଫ ଧାନ କ୍ରୟ ନିମନ୍ତେ ନିର୍ଦ୍ଧିଷ୍ଟ ତାରିଖ ସ୍ଥିରକୃତ କରାଯାଇଛି l ଏଥି ନିମନ୍ତେ ଜିଲ୍ଲାର ବିଭିନ୍ନ ବ୍ୟବସ୍ଥିତ ୧୧୦ ଟି ଧାନ କ୍ରୟ କେନ୍ଦ୍ରରୁ ଯୋଗାଣ ନିଗମ ଧାନ କ୍ରୟ କରିବ l ଖରିଫ ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ, ମାତ୍ର ଏକର ପ୍ରତି କେତେ ପରିମାଣରେ ଧାନ କିଣାଯିବ ସେଥିପାଇଁ ରାଜ୍ୟ ସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ କଲାପରେ ଜଣାପଡିବ l

ଚଳିତ ବର୍ଷ ଏଫ ଏ କ୍ୱିଉ ଧାନର ସର୍ବନିମ୍ନ ସହାୟକ ସରକାରୀ ଧାର୍ଯ୍ୟ ମୂଲ୍ୟ ୨୧୮୩/- ଟଙ୍କା ରହିଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି l ମଣ୍ଡି ଗୁଡିକ ରବିବାର ବ୍ୟତୀତ ସପ୍ତାହକ ୬ ଦିନ ଖୋଲା ରହିବା ସହିତ ସକାଳ ୮ଘଣ୍ଟା ରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ଧାନ ସଂଗ୍ରହ କରାଯିବ l ଚଳିତ ବର୍ଷ ଖରିଫ ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୬୭୧୨୨ ଜଣ ଚାଷୀ ପଂଜିକୃତ ହୋଇଥିବାବେଳେ ସମସ୍ତ ଚାଷୀ ଭେଳିଡେଟେଡ଼ ହୋଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l ସମସ୍ତ ମଣ୍ଡି ଗୁଡିକରେ କୌଣସି ପ୍ରକାର ଅସୁବିଧା କୁ ସମ୍ମୁଖୀନ ଓ ପ୍ରତିହତ କରିବା ନିମନ୍ତେ ପାନୀୟ ଜଳ, ବିଜୁଳି, ଟ୍ରପୋଲିନ ଓ ଚାଷୀ ଙ୍କ ପାଇଁ ଆଶ୍ରୟସ୍ଥଳ ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଚାଷୀ ଯେପରି ଖରିଫ ଧାନ ବିକ୍ରୟକୁ ସହଜ ଓ ସୁବିଧାରେ କରିପାରିବ ସେଥିପାଇଁ ଜିଲ୍ଲାର ଚାଷୀଙ୍କୁ ଆବଶ୍ୟକ ସଚେତନ କରାଇବା ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି l

ଉପସ୍ଥିତ ଚାଷୀ ପ୍ରତିନିଧି ଓ ମିଲର୍ସଙ୍କ ତରଫରୁ ଚଳିତ ବର୍ଷ ରବି ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ଓ ଚଳିତ ବର୍ଷ ତ୍ରୁଟି ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ବଦେବl ସହ ଖରିଫ ଧାନ କ୍ରୟକୁ ସୁ ବ୍ୟବସ୍ଥିତ କରାଯିବlକୁ ଜିଲ୍ଲାପାଳ ଶ୍ରୀ ରାୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି ତତ ସହ ଉକ୍ତ ସମୟରେ ଧାନ ସଂଗ୍ରହ ସମ୍ପର୍କିତ ଚାଷୀଙ୍କ ବିଭିନ୍ନ ସମସ୍ୟା, ଅଭିଯୋଗ ଉପରେ ତୁରନ୍ତ ସମାଧାନ ନିମନ୍ତେ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଉତ୍ସର୍ଗୀକୃତ ଯୋଗାଯୋଗ ନମ୍ବର ସହ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ଖୋଲିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି l

ଏହି ଗୁରୁତ୍ୱପୂର୍ଣ ଜିଲ୍ଳା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ମାନ୍ୟବର ବିଧାୟକ ବୀରମହାରାଜପୁର ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଯୋଗଦାନ କରି ଜିଲ୍ଲାରେ ଚାଷ ଓ ଚାଷୀ ର ଗୁରୁତ୍ୱାରୋପ କରିବାସହ ଜିଲ୍ଲାରେ ଖରିଫ ଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସୁଚାରୁରୂପେ ପରିଚାଳନା ନିମନ୍ତେ ଧାନ ସଂଗ୍ରହ କେନ୍ଦ୍ର ଗୁଡିକରେ ଭିତ୍ତି ଭୂମିକୁ ଯଥୋଚିତ ପ୍ରସ୍ତୁତି ପାଇଁ ପ୍ରଶାସନ ତଥା ସମ୍ପୃକ୍ତ ବିଭାଗ କୁ ପରାମର୍ଶ ଦେଇଛନ୍ତି l ଏହି ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ଼ ବିଭୁତି ଭୂଷଣ ମିଶ୍ର,ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଓ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ମାନ୍ୟବର ମନ୍ତ୍ରୀ ତଥା ବିଧାୟକ ସୋନପୁର ଙ୍କ ପ୍ରତିନିଧି ମକରଧ୍ବଜ ସାହୁ ଡୁଙ୍ଗୁରିପାଲି ବ୍ଲକ ଉପାଧକ୍ଷ୍ୟ, ସମ୍ପାଦକ ନିୟନ୍ତ୍ରିତ ବଜ଼ାର କମିଟି, ଜିଲ୍ଳା ସମବାୟ ଉପନିବନ୍ଧକ ସୁବର୍ଣ୍ଣପୁର, ଜିଲ୍ଲା ଚାଷୀ ସଂଗଠନ ର କର୍ମକର୍ତ୍ତା, ମିଲର୍ସ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ l

ବୈଠକରେ ଜିଲ୍ଲପାଳ ଶ୍ରୀ ରାୟ ସଭା ପରିଚାଳନା କରିଥିବାବେଳେ ଶ୍ରୀ ସୁରେଶ ପାଣିଗ୍ରାହୀ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ବୈଠକରେ ସ୍ୱାଗତ କରିବା ସହ ଅଧ୍ୟକ୍ଷଙ୍କ ଅନୁମତିରେ ବିବରଣୀ ପାଠ କରିଥିଲେ l ସଭା ଶେଷରେ ଏ ସି ଏସ ଓ ଧନ୍ୟବାଦ ଅର୍ପଣ କରିଥିଲେ l