ପୋଡାପଦର ଗ୍ରାମରେ ଧୂମ ଧାମରେ ଚାଲିଛି ମାଁ ଗଜଲକ୍ଷ୍ମୀଙ୍କ ପୂଜା

0
70
ପୋଡାପଦର ଗ୍ରାମରେ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୩/୧୧) : କୋରାପୁଟ ଜିଲ୍ଲା ପୋଡାପଦର ଗ୍ରାମ ପରୁଣା ସାହି ଓ ମାଳିସାହିରେ ଗତ କୁମାର ପୂର୍ଣ୍ଣମୀ ଦିନଠାରୁ ଆରମ୍ଭ କରି ଆନନ୍ଦ ଉଲ୍ଲାସର ସହ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଆରାଧନା ଚାଲୁ ରହିଛି ।WhatsApp Image 2023-11-04 at 12.56.04

ପୋଡାପଦର ଗ୍ରାମରେ ଧୂମ ଧାମରେ ଚାଲିଛି ମାଁ ଗଜଲକ୍ଷ୍ମୀଙ୍କ ପୂଜା । ପୁରୁଣା ସାହି ଶ୍ରୀ ଗଜଲକ୍ଷ୍ମୀ ପୂଜା କମିଟି ଆନୁକୁଲ୍ୟରେ ତଥା ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ପୂଜା କାର୍ଯ୍ୟ ଗତିଶୀଳ ରହିଥିବା ଜଣାପଡିଛି । ପ୍ରତିଦିନ ରାତ୍ରିରେ ମାଗଣା ଅନ୍ନ ପ୍ରସାଦ ବଣ୍ଟନ କରାଯାଉଥିବା ବେଳେ ଗୁରୁବାର ମଧ୍ୟାହ୍ନରେ ମଧ୍ୟ ମାଗଣା ଅନ୍ନପ୍ରସାଦ ଶହଶହ ଭକ୍ତଙ୍କୁ ପ୍ରଦାନ କରାଯାଇଥିଲା । ଏହି ପୂଜାରେ ପୁରୋହିତ ଭାବରେ ବୃନ୍ଦାବନ ହୋତା ଓ ଅଶୋକ ହୋତା ଦାୟିତ୍ଵ ଗ୍ରହଣ କରିଥିବା ବେଳେ ପୂଜକ ଭାବରେ ସୀମାଞ୍ଚଳ ମିଶ୍ର ଦାୟିତ୍ୱ ନିର୍ବାହ କରୁଥିବା ଜଣାପଡିଛି । ଏଥି ସହ ଶ୍ରୀ ଗଜଲକ୍ଷ୍ମୀ ପୂଜା କମିଟିର ସମସ୍ତ ସଭ୍ୟ ମୁଖ୍ୟତଃ ରମେଶ ଚନ୍ଦ୍ର ପଣ୍ଡା, ସୁରେଶ ଷଡ଼ଙ୍ଗୀ, ସଂଗ୍ରାମ ଭଟ୍ଟ, ସନ୍ତୋଷ ଷଡ଼ଙ୍ଗୀ, ମନୋଜ ମିଶ୍ର,ଫିରୋଜ ଭଟ୍ଟ, କିରଣ କୁମାର ଷଡଙ୍ଗୀ, ବିରେନ ରଥ, ତପନ ଷଡ଼ଙ୍ଗୀ, ତରୁଣ ଷଡ଼ଙ୍ଗୀ,ଶିବୁନ୍‌ ଭଟ୍ଟ, କିରଣ ମିଶ୍ର,ଦେବାଶିଷ ଷଡ଼ଙ୍ଗୀ, ସୁବାସିଷ ଷଡ଼ଙ୍ଗୀ, ଦେବେନ୍ଦ୍ର ଭଟ୍ଟ, ଶଙ୍କର ମିଶ୍ର, ତପନ ରଥ, ସରୋଜ ପଣ୍ଡା, ସୋମନାଥ ଦାଶ, ଗୋବିନ୍ଦ ଭଟ୍ଟ, ତପନ ତ୍ରିପାଠୀ, ସୁମନ୍ତ ରଥ ପ୍ରମୁଖ ତଥା ପୋଡ଼ାପଦର ଗ୍ରାମବାସୀ ସକ୍ରିୟ ଭାବେ ପୂଜାକାର୍ଯ୍ୟ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି ।

ପ୍ରତିଦିନ ଭିନ୍ନ ଭିନ୍ନ ଗ୍ରାମର କ୍ଷାତନାମା କୀର୍ତ୍ତନ ଦଳଙ୍କୁ ନିମନ୍ତ୍ରଣ କରାଯାଇ ଭଜନ କରାଯାଉଥିବା ଦେଖା ଯାଉଛି । ମାଁ ମହାଲକ୍ଷ୍ମୀଙ୍କର ଅଷ୍ଟଲକ୍ଷ୍ମୀ ସ୍ୱରୂପକୁ ଆଠଗୋଟି ବିରାଟକାୟ ପୋଷ୍ଟର ମାଧ୍ୟମରେ ପ୍ରଦର୍ଶିତ କରାଯାଇ ଭକ୍ତଙ୍କ ମନରେ ଭକ୍ତିଭାବ ବୃଦ୍ଧିି ପାଇଁ କମିଟି ତରଫ ରୁ ପ୍ରୟାସ କରାଯାଇଥିବା ବେଳେ ଦୂର ଦୂରାନ୍ତରୁ ସମାଜସେବୀ ତଥା ରାଜନୀତିକ ନେତା ମାନେ ମଧ୍ୟ ପୂଜା ମଣ୍ଡପ ପରିଦର୍ଶନ କରି ମାଁ ମହାଲକ୍ଷ୍ମୀଙ୍କର ଆଶୀର୍ବାଦ ଭିକ୍ଷା କରୁଥିବା ପରିଲକ୍ଷିତ ହେଉଛି । ପୁରୁଣା ସାହି ବ୍ୟତୀତ ପୋଡା ପଦର ଗ୍ରାମର ମାଳିସାହିରେ ମଧ୍ୟ ମାଁ ଗଜଲକ୍ଷ୍ମୀଙ୍କର ପୂଜା ଚାଲିଥିବା ବେଳେ ଗୁରୁବାର ହେମନ୍ତ ତ୍ରିପାଠୀ ଏହି ପୂଜାର ଯଜମାନ ଥିବା ପରିଲକ୍ଷିତ ହୋଇଛି ।