ଯୋରନ୍ଦା ମହିମା ଗାଦି ରେ ନୂଆଖାଇ ପର୍ବ ପାଳିତ

0
169

ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ,(୦୮/୦୯) : ଢେଙ୍କାନାଳ ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦି ରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି । ନୂଆ ଧାନରୁ ତିଆରି ହୋଇଥିବା ଚୁଡାରୁ ପ୍ରସ୍ତୁତ ଭୋଗ ମହିମା ଗୋସାଇଁଙ୍କ ନିକଟରେ ଲାଗି କରାଯାଇଥିଲା । ଏହା ପରେ ଏହି ନୂଆ ଚୁଡାରେ ପ୍ରସ୍ତୁତ ଭୋଗ ସାଧୂସନ୍ଥ ଓ ଭକ୍ତ ମାନେ ସେବନ କରିଥିଲେ । ମହିମା ଧର୍ମ ଏକ କୃଷି ପ୍ରଧାନ ଧର୍ମ ।9ed4d82f 72b5 4d6d 9964 3142f9bd2d5d ଯୋରନ୍ଦା ମହିମା ଗାଦି ରେ ନୂଆଖାଇ ପର୍ବ ପାଳିତ

ତେଣୁ ଚଳିତ ବର୍ଷର ଫସଲର ପ୍ରଥମ ଶସ୍ୟ କୁ ଯୋରନ୍ଦା ମହିମା ଗାଦି ରେ  ମହିମା ଗୋସାଇଁଙ୍କ ନିକଟରେ ଅର୍ପଣ କରାଯାଇଥାଏ । ମହିମା ଧର୍ମର ନୂଆଖାଇ ପର୍ବର ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି । କୃଷି ଭିତ୍ତିକ ଏହି ବହୁ ପୁରାତନ ପରମ୍ପରା ଅନୁଯାୟ ନୂଆଖାଇ ପର୍ବ ପାଳନ ହୋଇ ଆସୁଅଛି । ପ୍ରତିବର୍ଷ ଭଳି ଏହି ନୂଆଖାଇ ପର୍ବରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର,ହଜାର ଭକ୍ତ ସମାଗମ ହୋଇଥାଏ । ଚଳିତ ବର୍ଷ ଯୋରନ୍ଦା ମହିମା ଗାଦିରେ କୋଭିଡ଼ ନିୟମ ପାଳନ କରାଯାଇ ଅଳ୍ପ ସଂଖ୍ୟକ ସାଧୁ ,ସନ୍ଥ ଓ ଭକ୍ତ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି ।b8c97f0f 42bb 42c9 aef6 8136e14e5978 ଯୋରନ୍ଦା ମହିମା ଗାଦି ରେ ନୂଆଖାଇ ପର୍ବ ପାଳିତ

ଚଳିତ ବର୍ଷ ନବାହ୍ନ ଭକ୍ଷଣ ପାଇଁ ମହିମା ଧର୍ମାବଲମ୍ବି ଓ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସମାଗମ ହୋଇଛି । ଆଜିର ଦିନରେ ସାଧୁ, ସନ୍ଥ ମାନଙ୍କୁ ଦର୍ଶନ କରିବା ସହ ନୂତନ ଧାନର ଚୁଡାର ପ୍ରସାଦ ସେବନ କଲେ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ଓ ପରିବାର ମଙ୍ଗଳ ହୋଇଥାଏ ବୋଲି ଭକ୍ତ ମାନଙ୍କର ବିଶ୍ୱାସ ରହିଥିବା ପ୍ରକାଶ କରିଛନ୍ତି । ଜିଲ୍ଲାର କୋଣ ଅନୁକୋଣରେ ଅବଭକ୍ତ ଓ ସାଧୁସନ୍ଥମାନେ ଯୋଗଦେଇ ନୁଆ ଖାଇ ପର୍ବ ପାଳନ କରିଛନ୍ତି ।