ଖରଭୂଇଁ କ୍ରସର ଆନ୍ଦୋଳନ ତେଜିଲା : ଆର ଆଇ ଅଫିସ ଘେରିଲେ ଆନ୍ଦୋଳନକାରୀ

0
327

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୦୮/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରଭୂଇଁ ଅଞ୍ଚଳରେ ଥିବା କ୍ରସର ମାଲିକ ପ୍ରଶାସନ ସହାୟତାରେ କିଛି ଭଡାଟିଆ ଲୋକଙ୍କୁ ନେଇ ସପକ୍ଷ ବାଦୀ ବିପକ୍ଷବାଦୀ ନାମରେ ଏକ ହୀନ ଚକ୍ରାନ୍ତ ଚଳାଇ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ କରୁଥିବା ଅଭିଯୋଗ ହେଇଛି |00448e20 a385 43e4 8a47 ee5ec4836450 ଖରଭୂଇଁ କ୍ରସର ଆନ୍ଦୋଳନ ତେଜିଲା : ଆର ଆଇ ଅଫିସ ଘେରିଲେ ଆନ୍ଦୋଳନକାରୀ

ଆନ୍ଦୋଳନକାରୀ ଏବଂ ଆନ୍ଦୋଳନ ସମର୍ଥକଙ୍କୁ ହତ୍ୟାର ଧମକ ମଧ୍ୟ ଦେଉଥିବା ନେଇ ୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ ଅଭିଯୋଗ କରିଛନ୍ତି | ସୂଚନା ଥାଉକି ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କୁ ମଧ୍ୟ ତାଙ୍କ କାର୍ଯ୍ୟାଳୟ ଭିତରେ ଏଭଳି ଧମକ ଦିଆଯାଇଛି । ଏହାପ୍ରତିବାଦରେ ଆଜି ଖରଭୂଇଁ ଗ୍ରାମ୍ୟ କମିଟି ଓ ବିର୍ଶାମୁଣ୍ଡା କୁଇକନ୍ଧ ସମାଜ ପକ୍ଷରୁ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ସହ ସଜ୍ଜିତ ହୋଇ ଖରଭୂଇଁ ଜୁଲୁଙ୍ଗି ମାଟିଆଣୀ ପିଠ ଠାରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ଦୀର୍ଘ ୦୫କିମି. ପରିକ୍ରମା କରି ହରଭଙ୍ଗା ଆର.ଅଇ.ଙ୍କ ଜରିଆରେ ବୌଦ୍ଧଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

ଏହି ଶୋଭାଯାତ୍ରା ସରପଞ୍ଚ ଶୁଶିଲ କୁମାର ପ୍ରଧାନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଅକ୍ଷୟ ନାୟକ ହୃଦାନନଦ ଦେହୁରୀ ତିଳୋତ୍ତମା କହଁର ପ୍ରମୁଖଙ୍କ ନେତୃତ୍ବରେ ପାଞ୍ଚଶହରୁ ଉର୍ଦ୍ଧ ଜନସାଧାରଣ ଏହି ଅନ୍ଦୋଳନରେ ଯୋଗଦେଇଥିଲେ । ଏ ଅଞ୍ଚଳରେ ଶାନ୍ତିର ବାତାବରଣ ପ୍ରତିଷ୍ଠା ପାଇଁ ଅଞ୍ଚଳରେ ଛତୁଫୁଟିଲା ଭଳି ଗଢିଉଠିଥିବା ଷ୍ଟୋନ କ୍ରସର କ୍ବାରୀ ଗୁଡିକ ତୁରନ୍ତ ବନ୍ଦ କରି ଆବଶ୍ୟକଠାରୁ ହଜାର ହଜାର ଗୁଣରେ ଅତ୍ୟଧିକ ଖଣିଜ ଦ୍ରବ୍ୟ ଚାଲାଣ କରିଥିବା ସଂସ୍ଥା ଗୁଡିକଠାରୁ ତୁରନ୍ତ ଜୋରିମାନ ଆଦାୟସହ ଧନଜୀବନ, ଚାଷ ବାସର ସୁରକ୍ଷା ପରିବେଶର ସୁରକ୍ଷା ଦିଗରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ବରୁପ ସମସ୍ତ ପଥର କ୍ବାରୀ ଏବଂ ପଥର କ୍ରସର ଗୁଡିକର ଲାଇସେନସ ବାତିଲ କରିବା ସହ ଅଞ୍ଚଳର ଶାନ୍ତି ବଜାୟ ରଖିବାକୁ ପ୍ରଶାସନ ପାଖରେ ଦାବିକରିଛନ୍ତି |