ହାଇୱା ପଛରେ ପିଟି ହେଲା ଡମ୍ପର, ଜଣେ ମୃତ

2
53
ହାଇୱା ପଛରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୫/୧୧) : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କଟିପୋଲ ନିକଟରେ ୬୦ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରେ ଏକ ହାଇୱା ପଛରେ ଏକ ଡମ୍ପର ପିଟି ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି ।

ମୃତକ ହେଉଛନ୍ତି ଡମ୍ପର ଡ୍ରାଇଭର । ହାଇୱାଟି ଜଳେଶ୍ୱର ଅଭିମୁଖେ ଯାଉଥିବା ବେଳେ କଟିପୋଲ ନିକଟରେ ଡମ୍ପରଟି ଦ୍ରୁତଗତିରେ ଆସି ତା’ ପଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡମ୍ପର ଡ୍ରାଇଭର ଚାପି ହୋଇ ରହି ଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ବସ୍ତା ପୁଲିସ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ପୁଲିସ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

2 COMMENTS

Comments are closed.