ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧାହେଲେ ରସିକିଆ ମାଷ୍ଟର

0
41
ଛାତ୍ରୀଙ୍କୁ ଅସଦାଚରଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୭/୧୧) : “ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ” ସମାଜରେ ଗୁରଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଥିବା ବେଳେ ଏଭଳି ପବିତ୍ର ସମ୍ପର୍କକୁ ଜଳାଞ୍ଜଳି ଦେଇ ବର୍ତ୍ତମାନର କିଛି ଶିକ୍ଷକ କଳଙ୍କିତ କରୁଥିବା ଦେଖିବାକୁ ମିଳୁଛି ।

ଏମିତିକି ଏକ ରସିକିଆ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରି ନ୍ଧାହେଲେ । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ । ସୀମା ପାର କଲେ ପ୍ରଧାନ ଶିକ୍ଷକ । ପିଲାଙ୍କୁ ପାଠ ପଢାଇବା ବଦଳରେ ନିଜେ ପଢିଲେ ପ୍ରେମ ପାଠ । ସ୍କୁଲ ପରିସରରେ ଛତ୍ରୀଙ୍କୁ କଲେ ଅସଦାଚରଣ । ଆଉ ଷେଷରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ହିନସ୍ତା ହେଲେ । ଏଭଳି ଘଟଣା ଘଟିଛି ଭୋଗରାଇ ବ୍ଲକ କଖଡା ପଞ୍ଚାୟତ ଚଣ୍ଡୀପୁର ମୁଣ୍ଢାବଣିଆ ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ପ୍ରଧାନ ଶିକ୍ଷକ ଗୋବିନ୍ଦ ଚରଣ ଜେନା ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଗ୍ରାମବାସୀ ଏବଂ ଅଭିଭାବକ ମାନେ ଖବର ପାଇବା ପରେ ସ୍କୁଲ ପରିସରରେ ଉତେଜନା ମୂଳକ ପରିସ୍ଥିତି ଦେଖାଦେଇ ଥିଲା ।

ତେବେ ପ୍ରଧାନ ଶିକ୍ଷକଙ୍କୁ ଏ ବାବଦରେ ପଚାରିବା ସମୟରେ ସେ କୌଣସି ଉତ୍ତର ନ ଦେଇ ଖସି ପଳାଇବାକୁ ଚେଷ୍ଟା କରୁଥିଲେ । ଏ ସମୟରେ ଗ୍ରାମବାସୀ ମାନେ ଗୋବିନ୍ଦଙ୍କୁ ଠେଲା ପେଲା କରିବା ସହିତ ଅଟକ ରଖିଥିଲେ । କିନ୍ତୁ ପ୍ରଧାନ ଶିକ୍ଷକ ଗୋବିନ୍ଦ ସ୍କୁଲ ଭିତରୁ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ପ୍ରବଳ ଉତେଜନା ପରିସ୍ଥିତି ସୃଷ୍ଟି ହେଇଥିଲା ।

ଖବର ପାଇ ସି.ଆର.ସିସି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଲୋକଙ୍କୁ ବୁଝାସୁଝା କରିଥିଲା । ତା ସହିତ ପ୍ରଧାନ ଶିକ୍ଷକ ଏପରି ଘଟଣା ଘଟାଇଥିବେ ତାହେଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଶାନ୍ତ ହୋଇଥିଲେ । ପୂର୍ବରୁ ପ୍ରଧାନ ଶିକ୍ଷକ ଗୋବିନ୍ଦ ଏଭଳି ଛାତ୍ରୀ ମାନଙ୍କୁ ବାରମ୍ବାର ଅସଦାଚରଣ କରିଥିବା ନଜିର ମଧ୍ୟ ରହିଛି ।