୧୧ତମ ପିତାମ୍ବର ପଧାନ ମେମୋରିଆଲ : ଚଗୁଲୁ ସ୍ପୋଟିଙ୍କ ଚାମ୍ପିୟାନ

0
53
୧୧ତମ ପିତାମ୍ବର ପଧାନ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୫/୧୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ବିଶିଷ୍ଟ ଫୁଟବଲ ତାରକା ସ୍ବର୍ଗତ ପିତାମ୍ବର ପ୍ରଧାନଙ୍କୁ ମନେ ପକାଇବା ପାଇଁ ଆଜି ବିନିକା ବ୍ଳକ ଶଙ୍କରା ୟଙ୍ଗଷ୍ଟାର ଏସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଖେଳ ପଡିଆ ଠାରେ ୧୧ମ ପିତାମ୍ବର ମେମୋରିଆଲ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 11 06 At 09.42.49

ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ବଶିଷ୍ଟ ଭରାସାଗର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଶଙ୍କରା ବ୍ରଜବିହାରିର ଉଚ୍ଚ ବିଦ୍ୟାଳୟର ପୂୂର୍ବତନ ପ୍ରଧାନଶିକ୍ଷକ ଶଶିଭୂଷଣ ଶତପଥୀ, ଶିକ୍ଷାବିତ ଧ୍ରୁବଚରଣ ନାଏକ,ପୂର୍ବତନ ସମିତି ସଭ୍ୟ ଦାଶରଥି ନନ୍ଦ, ସ୍ୱଚ୍ଛସେବି ସରୋଜ ଦାସ, ଶଙ୍କରା ପେକ୍ସ ସଭାପତି ଧର୍ମରାଜ ପଣ୍ଡା ପ୍ରମୁଖ ଯୋଗଦେଇ ଟୁଣ୍ଟାମେଣ୍ଟକୁ ଉଦଘାଟନ କରିଥିଲେ । ଅନୁଷ୍ଠିତ ଟୁଣ୍ଟାମେଣ୍ଟର ଫାଇନଲ ଖେଲରେ ମେଘେଲା ଦଲକୁ ହରାଇ ଚଗୁଲୁ ସ୍ପୋର୍ଟଙ୍ଗ ଚାମ୍ପିଅନ ହୋଇଛି l ଏଥିରେ ୮ଟି ଦଳ ଭାଗ ନେଇଥିଲେ । ଖେଲ ଗୁଡ଼ିକୁ ନରସିଂହ ସେଠୀ, ବାବୁଲାଲ ସାହୁ, ଅଜିତ ଠେଲା, ଆନନ୍ଦ ବଢାଇ, ଜିତେନ୍ଦ୍ର ଥନାପତି,ସବ୍ୟସାଚୀ ମିଶ୍ର ପରିଚାଳନା କରିଥିବା ବେଳେ ମ୍ୟାଚର ଧରାବିବରଣି ପରମାନନ୍ଦ ପ୍ରଧାନ ଓ ସଞ୍ଜୟ ପଟ୍ଟନାୟକ ଦେଇଥିଲେ ।

ଖେଲର ଉଦଯାପନି ଉତ୍ସବରେ ସ୍ବର୍ଗତ ପିତାମ୍ବର ପଧାନଙ୍କ ସୁପୁତ୍ର ତଥା ଯୁବ ସରକାରୀ ଓକିଲ ଜୟ ପ୍ରକାଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା,ସମ୍ମାନିତ ଅତିଥି ବିରମହାରାଜପୁର ବିଜେଡି ସଭାପତି ସ୍ବୟଂଭୁନାଥ ଖଣ୍ଡଗିରି, ଜିବନ ବିନ୍ଦୁ କୋଅର୍ଡିନେଟର ରଞ୍ଜିତ ରଥ, ବିଜେଡିର ରାଜ୍ୟ ସମ୍ପାଦକ ଉତ୍ତର କୁମାର ପାତ୍ର, ଆଇନଜୀବୀ ଅଦ୍ବେତ ପଣ୍ଡା,ରବିନ୍ଦ୍ର ଥନାପତି, କୃଷ୍ଣଚନ୍ଦ୍ର ପଣ୍ଡା, ଚରଦା ସରପଞ୍ଚ ପ୍ରତିନିଧି ଧିବର ବେରିହା, ଅରବିନ୍ଦ ପଣ୍ଡା, ଲିସବନ କର୍ଣ, ରଙ୍କ ସେବକ ପ୍ରମୁଖ ଅତିଥିଭାବରେ ଯୋଗଦେଇ ବିଜେତା ଓ ଉପ ବିଜେତା ଦଲକୁ ପୁରସ୍କୃତ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ଚଗୁଲୁ ସ୍ପୋଟିଙ୍କର କରନ ଓ ମ୍ୟାନ ଅଫ ଦି ସିରିଜ ମେଘେଲା ଦଲର ବାଲେଶ୍ବର ଦିପଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଟୁଣ୍ଟାମେଣ୍ଟରେ ୟଙ୍ଗଷ୍ଟାର ଫୁଟବଲ ଆସୋସିଏସନର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।