ଡୁମେରପଡ଼ାରେ ସାପ୍ତାହିକ ବଜାରର ଶୁଭାରମ୍ଭ

0
64
ଡୁମେରପଡ଼ାରେ ସାପ୍ତାହିକ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୫/୧୧) : ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଡୁମେରପଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିକଟ ଛକରେ ରବିବାର ଏକ ଦୈନିକ ସାପ୍ତାହିକ ବଜାରର ଶୁଭାରମ୍ଭ ହୋଇଯାଇଛି ।Whatsapp Image 2023 11 06 At 09.42.24 (1)

ଏହି ନୂତନ ବଜାର ଉଦଘାଟିତ ହେବା ପରେ ବହୁ ସଂଖ୍ୟକ ଗ୍ରାହକ ଓ ଦୋକାନୀ ଯୋଗ ଦେଇ ପନିପରିବାଠାରୁ ଆରମ୍ଭ କରି ବହୁ ଜିନିଷପତ୍ର କିଣାବିକା କରିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଡୁମେରପଡା ସାପ୍ତାହିକ ବଜାର କମିଟି ସଭାପତି ଫାଲଗୁନି ହାତୀ,ସମ୍ପାଦକ ଜଗନ୍ନାଥ ରଣା, କୋଷାଧ୍ୟକ୍ଷ ପଙ୍କଜ ଅମାତ, କାମପାଳ ଭୋଇ, ଆନନ୍ଦ ତାଣ୍ଡି, ଦୁଷ୍ମନ୍ତ ରଣା, ଦୈତାରୀ ହାତୀ, ସୁନୀଲ ଭୋଇ, ମିଥୁନ ବେନିଆ, ଅମିତ ବାଗ, ରତ୍ନାକର ରଣା, ହାଡ ହାତୀ, ନିରଞ୍ଜନ ହାତୀ, ଡିଡିରାମ ହାତୀଙ୍କ ସମେତ ଗ୍ରାମର ଭଦ୍ରବ୍ୟକ୍ତି ଓ ବହୁସଂଖ୍ୟକ ଆଖପାଖ ଗ୍ରାମବାସୀମାନେ ଯୋଗ ଦେଇଥିବା ଜଣାପଡିଛି ।