“ମାଟି ଗୌରବ” ସମ୍ମାନରେ ସମ୍ମାନିତ ଗୋପୀନାଥ ଗୌଡ଼

0
62

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୭/୧୧) : ଭୁବନେଶ୍ବର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ମାଟି ଗୌରବ ସମ୍ମାନ ୨୦୨୩ । ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାର ଓଡ଼ିଶା ନ୍ୟୁଜ ୨୪ ର ଯୁବ ସାମ୍ବାଦିକ ଗୋପୀନାଥ ଗୌଡ଼ ସମ୍ମାନିତ ହୋଇଛନ୍ତି ।Whatsapp Image 2023 11 06 At 17.50.27

ନିଷ୍ଠାପର ସାମ୍ବାଦିକତା ବୃତ୍ତି, ନିରପେକ୍ଷ ଭାବେ ସମ୍ବାଦ ଉପସ୍ଥାପନ ଓ ନିସ୍ୱାର୍ଥପର ମନଭାବ ଏବଂ ସାମ୍ବାଦିକତା କ୍ଷେତ୍ରରେ ନିଜ ଅଞ୍ଚଳ ଏବଂ ରାଜ୍ୟ ପାଇଁ କରିଥିବା ଉକ୍ତୁଷ୍ଟ ସେବା ଓ ସେହି ଉପଲବ୍ଧି ର ଫଳସ୍ୱରୂପ ସୋମରୟେ ଫାଉଣ୍ଡସେନ ନଭେମ୍ବର ମାସ ୪ ତାରିଖ ଦିନ “ମାଟି ଗୌରବ ସମ୍ମାନ” ୨୦୨୩ ପାଇଁ ସମ୍ମାନିତ କରିଛନ୍ତି । ଏହି ଅନୁଷ୍ଠାନ ର ମୂଖ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳ ଓ ଅନୁନ୍ନତ ଅଞ୍ଚଳରେ ଶିକ୍ଷାରୁ ବଞ୍ଚିତ ହେଉଥିବା ଯୁବକ ଯୁବତୀ ମାନଙ୍କୁ ଶିକ୍ଷା ଦେବା ଏବଂ ଶିକ୍ଷାର ମାନ ବୃଦ୍ଧି କରିବା ଏବଂ ଶିକ୍ଷା ହିଁ ଜିବନ ବିକାଶରେ ସହାୟକ ହୋଇଥାଏ ବୋଲି ମଟିଭେଶନ କାର୍ଯ୍ୟକ୍ରମ ଗୁଡ଼ିକ ମାଧ୍ଯମରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ସେମାନଙ୍କୁ ମୂଖ୍ୟ ଶ୍ରତରେ ସାମିଲ କରିବା ସହ ସମାଜରେ ଅଗ୍ରାଧିକାର ଦେବା ହିଁ ଏହା ର ମୂଳ ଲକ୍ଷ୍ୟ ଅଟେ । ଏହି ନିରନ୍ତର ସେବାରେ ସୋମରୟ ଫାଉଣ୍ଡସେନ୍ ଆଜକୁ ୨୦ବର୍ଷ ଧରି ସେବା କରିଆସୁଛି ।Whatsapp Image 2023 11 06 At 17.50.28

ଉକ୍ତ କାର୍ଯକ୍ରମରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁରେଶ ରାଉତ ରାୟ, ମୂଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନନିୟ ଅତିଥି ଡ଼ଃ. ସୂର୍ଯ୍ୟ ପ୍ରକାଶ ଚୌଧୁରୀ, ମ୍ୟାଡେମ୍ ମୀରା ପରିଡ଼ା, ବରିଷ୍ଠ ସାମ୍ବାଦିକ ତଥା OTV ଆଙ୍କର ଭବାନି ଶଙ୍କର ମହାପାତ୍ର, ଶ୍ରୀମତି ବନ୍ଦିତା ତ୍ରିପାଠୀ, ସିନେ ନିର୍ଦ୍ଧେଶକ ଶ୍ରୀଯୁକ୍ତ ମହେଶ ହଜରା ଓ ଅଭିନେତ୍ରୀ ଡେଜି ମ୍ୟାଡ଼ମ୍ ଉପଦେଷ୍ଟା ନାଟ୍ୟକାର ଶ୍ରୀଯୁକ୍ତ ମନୋଜ ପଣ୍ଡା, ଶିକ୍ଷାବିତ୍ ପୁର୍ଣ୍ଣ ଚନ୍ଦ୍ର ବେହେରା, ପ୍ରତିଷ୍ଠାତା ଗୀତା ରାଣୀ ବେହେରା ଓ ସହ ପ୍ରତିଷ୍ଟାତା ଶ୍ରୀମତି ଡାଇନା ଚୌଧୁରୀ, ନିର୍ଦ୍ଧେଶକ ରାଜେନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।