ଡିସେମ୍ବର ୬ ରୁ ଅରିଗାଁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ

0
53
ଡିସେମ୍ବର ୬ ରୁ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୧୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଠାରେ ଆସନ୍ତା ଡିସେମ୍ବର ୬ ରୁ ଆରମ୍ଭ ହେଉଥିବା ୧୯ ତମ ଅରିଗାଁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି lWhatsapp Image 2023 11 06 At 19.22.19

ମାଁ ମାହେଶ୍ୱରୀ ମନ୍ଦିରରେ ଦେବୀଙ୍କୁ ପୂଜାର୍ଚନା କରିବା ପରେ ଆଜ୍ଞାମାଳ ନେଇ ଏକ ସାଂସ୍କୃତିକ ଶୋଭାଯାତ୍ରାରେ କମିଟିର କର୍ମକର୍ତା ଏବଂ ଗ୍ରାମବାସି ବୃନ୍ଦ ଗ୍ରାମ ପରିକ୍ରମା କରିବା ପରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା l ଏହା ପରେ ପ୍ରଖ୍ୟାତ ଅଭିନେତା ଭୁବନେଶ୍ୱର ପ୍ରଧାନ ଙ୍କୁ କଂସ ଭୂମିକାରେ ଅଭିନୟ ପାଇଁ ଆନୁଷ୍ଠାନିକ ଭାବେ ବରଣ କରାଯାଇଥିଲା l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ରେ ପୂର୍ବରୁ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ୯ ବର୍ଷ ଧରି ଅରିଗାଁ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିସାରିଛନ୍ତି l

ଆଜିର ଏହି କାର୍ଯ୍ୟକ୍ରମରେ ଗ୍ରାମର ଗୌନ୍ତିଆ ସୁ୍ଘୋଷ ମିଶ୍ର କର୍ତା ଏବଂ ଗଙ୍ଗାଧର ପୁରୋହିତ ପୂଜକ ଦାୟିତ୍ବ ତୁଲାଇଥିଲେ l କମିଟିର ସଭାପତି ବିଶ୍ୱମ୍ଭର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରତାପ ମିଶ୍ର, ଆକାଶ ନାଇକ, ସୁବଳ କଲିତା, ମୁକେଶ କର୍ମୀ, ପ୍ରତାପ କର୍ମୀ, ରଞ୍ଜନ ପଧାନ,ଅନ୍ତର୍ଯ୍ୟାମୀ ଭରାସାଗର, ଦେବାଶିଷ କର୍ମୀ, ମନବୋଧ ପଧାନ, ରତନ ପୁଟେଲ, ବାଙ୍କା କର୍ମୀ, ରାଧେଶ୍ୟମ ମେଲ୍ଲୀ , ରଘୁନାଥ ଡାଙ୍ଗ, ଟିକେଲାଲ ନଈ, ଅଚ୍ୟୁତ ରଣା, ତ୍ରିଲୋଚନ ଭୁଏ, ପ୍ରମୁଖ ଯୋଗ ଦେଇଥିଲେ l