ଭିନ୍ନକ୍ଷମ ମାନଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ଅର୍ଥ ରାଶି ପ୍ରଦାନ

0
43
ଭିନ୍ନକ୍ଷମ ମାନଙ୍କୁ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୦୭/୧୧) : ରାୟଗଡା ଜିଲ୍ଲାରେ ଜିଲ୍ଲାପାଳ ଅଭିଯୋଗ ପ୍ରକୋଷ୍ଠକୁ ବହୁତ ଲୋକ ଅଭିଯୋଗ ଦେବାପାଇଁ ଆସିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ମହାସଂଘର ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର ଓ ସମ୍ପାଦକ ଶ୍ରୀଯୁକ୍ତ ଜଳନ୍ଧର ବାଚେଲି ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ଗୁଡିକରେ ହେଉଥିବା ଅସୁବିଧା ବିଷୟରେ ଜଣାଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଫ୍ଟର ବ୍ୟବସ୍ଥା ସହ ଅନ୍ୟାନ୍ୟ ଅଫିସ ଗୁଡିକରେ ରେମ୍ପର ବ୍ୟବସ୍ଥା କରିବାପାଇଁ ଅଭିଯୋଗ କରିଥିଲେ । କୋଲନରା ବ୍ଲକର ବଦକ୍ଷିଲାପଦର ପଞ୍ଚାୟତର ବାସିନ୍ଦା ଶ୍ରୀଯୁକ୍ତ ଘାସିରାମ ମହାନନ୍ଦିଆ ଜଣେ ଦିବ୍ୟାଙ୍ଗ ଓ ଗରିବ ଶ୍ରେଣୀର ଅଟନ୍ତି । ଗତ କିଛି ଦିନ ହେଲା ସେ ବିଲକୁଲ ଦେଖିପାରୁ ନାହାନ୍ତି ଏବଂ ଡାକ୍ତର ବି କହିଲେ ଆଖି ଅପରେସନ କରିବାପାଇଁ । ଆଜି ଅଭିଯୋଗ ପ୍ରକୋଷ୍ଠରେ ତାଙ୍କୁ ନେଇ ଜିଲ୍ଲାପାଳଙ୍କ ନିକଟକୁ ଯିବାରୁ ୫୦୦୦ଟଙ୍କାର ସହାୟତା ରାଶି ଜିଲ୍ଲାପାଳ ପ୍ରଦାନ କରିଥିଲେ । ଏହିପରି ଅନ୍ୟଏକ ଜଣଙ୍କୁ ୨୦,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।