ଡାକ୍ତର ବଦଳି ନେଇ ଜନ ଅସନ୍ତୋଷ

0
41
ଡାକ୍ତର ବଦଳି

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୬/୧୧) : ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନବ ନିଯୁକ୍ତ ଶିଶୁ ଡାକ୍ତର ନିଯୁକ୍ତି ହେଉ ହେଉ ସଙ୍ଗେ ସଙ୍ଗେ ଉପଖଣ୍ଡ ସ୍ଥରିୟ ମେଡିକାଲ କୁ ବଦଳି ହେବାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି ।

ମୌଖିକ ଚିକିତ୍ସା ପାଇଁ ଦୁର୍ଗମ ଅଞ୍ଚଳର ଅନେକ ରୋଗୀ ହଇରାଣ ହେଉ ଥିବା ବେଳେ ଜଣେ ଶିଶୁ ଡାକ୍ତର କୁ ନିଜ ଅଞ୍ଚଳ ରେ ନିଯୁକ୍ତି ହେବାକୁ ନେଇ ଜନସାଧରଣ ମନରେ ଖୁସିର ଲହରୀ ଖେଳି ଯାଇ ଥିଲା । କିନ୍ତୁ ନିଯୁକ୍ତି ହେଉ ହେଉ ହଠାତ୍ ଗୁଣୁପୁର ଉପଖନ୍ ଚିକିତ୍ସାଳୟ କୁ ବଦଳି ହେବା ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ପୁଣି ପୂର୍ବର ଜଣେ ଅସ୍ଥି ଶଲ୍ୟ ଚିକିତ୍ସା ବିଭାଗର ଡାକ୍ତରକୁ ମଧ୍ୟ ସମାନ ଭାବେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ଦିଆ ଯାଇ ଗୁଣୁପୁରକୁ ବଦଳି କରାଯାଇ ଥିଲା ।

ଦୁର୍ଗମ ଅଞ୍ଚଳର ଅନେକ ରୋଗୀ ଖର୍ଚ୍ଚାନ୍ତ ହୋଇ ଶିଶୁ ମାନଙ୍କୁ ବିଶାଖାପାଟଣା ନେଇ ଚିକିତ୍ସା କରାଉଥିଲା ବେଳେ ଏଠାରେ ଶିଶୁ ଡାକ୍ତରକୁ ଅପସାରଣ କରିବା ନିହାତି ଚିନ୍ତାର ବିଷୟ । ତେଣୁ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସବୁଦିନିଆ ଶିଶୁ ଡାକ୍ତର ଓ ଅନ୍ୟାନ୍ୟ ବିଭାଗର ଡାକ୍ତର ନିଯୁକ୍ତି ଦେବାକୁ ସର୍ବସାଧାରଣରେ ଦାବି ହେଉଛି । ଏ ସଂପର୍କ ରେ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ଲାଲ୍ ମୋହନ ରାଉତ ରାଓ କହିଲେ ଉପଖଣ୍ଡ ମେଡିକାଲରେ କୌଣସି ସ୍ଥାୟୀ ଡାକ୍ତର ନିଯୁକ୍ତି ନ ଥିବାରୁ ଦୁଇ ଦିନ ଗୁଡ଼ାରୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆଉ ଅନ୍ୟ ଦିନରେ ଗୁଣୁପୁରରେ ଉପସ୍ଥିତ ରହିବେ ବୋଲି ସେ କହିଛନ୍ତି l