ଥାନା ଅଧିକାରୀଙ୍କ ଗାଡି ଧକ୍କାରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତର

0
52
ଥାନା ଅଧିକାରୀଙ୍କ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୭/୧୧) : ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଣେ ମୃତ ଜଣେ ଗୁରୁତର ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଆଇଆଇସି ମନୋଜ ପ୍ରଧାନଙ୍କ ଗାଡି ଧକ୍କା ଦେଇଥିବା ସୂଚନା ମିଳିଛି । ବରଗଡ଼ ରୁ ବଲାଙ୍ଗୀର ଫେରୁଥିବା ବେଳେ ଛତାମଖନା ଛକ ନିକଟରେ ଆଇଆଇସିଙ୍କ ଗାଡି ବଲାଙ୍ଗୀର ରୁ ଦୁର୍ଗାପାଲି ଫେରୁଥିବା ବେଳେ ପାଲେଶ୍ୱର ଘିବେଲା ଓ ତାଙ୍କ ସ୍ତ୍ରୀ ପିଙ୍କି ଘିବେଲାଙ୍କ ବାଇକକୁ ଧକ୍କା ଦେଇଥିଲା ଓ ଭରସାମ୍ୟ ହରାଇ ନିକଟରେ ଥିବା ଗଛକୁ ପିଟିଥିଲା । ଘଟଣାସ୍ଥଳରେ ପାଲେଶ୍ୱରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇ ଚିକିତ୍ସାଧୀନ ଅଛନ୍ତି ।

ଆଇଆଇସି ଶ୍ରୀ ପ୍ରଧାନ ମଧ୍ୟ ଗୁରୁତର ଥିବା ବେଳେ ତାଙ୍କୁ ବଲାଙ୍ଗୀର ଭିମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଗୁରୁତର ମହିଳା ଙ୍କ ସ୍ଥିତି ସଙ୍ଗିନ ଥିବାବେଳେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିବା ନେଇ ସୂଚନା ମିଳି ଥିବା ବେଳେ ତାଙ୍କ ପରିବାର ଲୋକେ ଥାନାଧିକାରୀ ଗାଡି ଚଳାଇଥିଲେ ବୋଲି ଅଭିଯୋଗ ସହ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ ଦାବି ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଭିଯୋଗ କରିଛନ୍ତି ।