ବଲାଙ୍ଗୀର ରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ

0
140
ରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୮/୦୩) : ଚଳିତ ବର୍ଷ ପିଛା ଛାଡୁନି ପ୍ରଶ୍ନପତ୍ର ଲିକ୍ ଘଟଣା । ପ୍ରଥମ ଦିନରୁ ହିଁ ମାଟ୍ରିକ ପରିକ୍ଷାରେ ବିଭ୍ରାଟ ସାମ୍ନାକୁ ଆସିଥିଲା ।

ଆଜି ବଲାଙ୍ଗୀରରେ ମଧ୍ୟ ପ୍ରଶ୍ନପତ୍ର ପରିକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏପରିକି ପରିକ୍ଷା ସକାଳ ୮ ଟାରେ ଆରମ୍ଭ ହେଉଥିବାବେଳେ ସକାଳ ୭.୩୦ରେ ମାଟ୍ରିକ ପ୍ରଶ୍ନପତ୍ର ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ଆଜି ଇତିହାସ ଓ ରାଜନୀତି ବିଷୟ ପରିକ୍ଷା ପ୍ରଶ୍ନପତ୍ର ବଲାଙ୍ଗୀରରେ ଲିକ୍ ହୋଇଛି । ଫଳରେ ଚଳିତବର୍ଷ ପରିକ୍ଷା ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି । ପ୍ରଶ୍ନପତ୍ର ଲିକ୍ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ ।