କଂଗ୍ରେସ ତରଫରୁ ସଂକୀର୍ତନ ସତ୍ୟାଗ୍ରହ

0
38
କଂଗ୍ରେସ ତରଫରୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୯/୧୧) : ଆଜି କଂଗ୍ରେସ ତରଫରୁ କାଶୀନଗର ଠାରେ ସଂକୀର୍ତନ ସତ୍ୟାଗ୍ରହ କରିବା ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଛି ।

ରାଜ୍ୟ କଂଗ୍ରେସର ଡାକରା କ୍ରମେ ସମସ୍ତ ବ୍ଲକ ଓ ଏନଏସି ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପୁରୀ ଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଳା ରଖିବା, ରତ୍ନ ଭଣ୍ଡାର ମରାମତି, ଓ ରତ୍ନ ଭଣ୍ଡାର ଗଣତି ଓ ବେଦାନ୍ତ ପାଖରୁ ଜମି ଫେରାଇ ଆଣିବା ପାଇଁ ପିସିସି ଏହି ଅଭିନଵ ସତ୍ୟାଗ୍ରହ କରୁଛି । କାଶୀନଗର ବ୍ଲକ ସଭାପତି ଶ୍ରୀ ରାମ ପ୍ରସାଦ ପଟନାୟକ ଓ ଯୁବ ନେତା ଶ୍ରୀ ସୁବାସ ପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ଜଗନାଥ ମନ୍ଦିର ନିକଟ ରେ ଏହି ଅଭିନଵ ସତ୍ୟାଗ୍ରହ ଅନୁଷ୍ଠିତ ହେଉଛି ।