ପିଏସ ଡିଗ୍ରୀ କଲେଜରେ ବିଶ୍ୱବିଦ୍ୟାଳୟ ପ୍ରତିନିଧି ଦଳର ଅନୁଧ୍ୟାନ

0
51
ପିଏସ ଡିଗ୍ରୀ କଲେଜ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୮/୧୧) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକ ପ୍ରତିନିଧି ଦଳ ମୁରିବାହାଲ ପିଏସ ଡିଗ୍ରୀ କଲେଜରେ ପହଞ୍ଚି ତଦାରଖ କରିଥିଲେ lWhatsapp Image 2023 11 09 At 09.47.11 (1)

ପ୍ରତିନିଧି ଦଳରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଇଂରାଜୀ ଆସୋସିଏଟ ପ୍ରୋଫେସର ଡ଼. ବିଘ୍ନେଶ ପ୍ରସାଦ ମିଶ୍ର, ଜୀବ ବିଜ୍ଞାନ ବିଭାଗ ଆସୋସିଏଟ ପ୍ରୋଫେସର ଡ଼. ବିଶ୍ୱଜିତ ବେହେରା, ସିନିଅର ଆସିଷ୍ଟାଣ୍ଟ ଶ୍ରୀ ଏସ.କେ ସାହୁ ସାମିଲ ହୋଇଥିଲେ l ପିଏସ ଡିଗ୍ରୀ କଲେଜ ଅନୁଧ୍ୟାନ କରିବା ସହିତ ୨୦୨୨ -୨୩ ସେସନକୁ ଅପିଲେସନ ଦେଇଥିବା କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ ପ୍ରକାଶ କରିଛନ୍ତି l ଏହି ଅବସରରେ ଓଡ଼ିଆ ଅଧ୍ୟାପକ ଦିଲୀପ ପଶାୟତ, ଇତିହାସ ଅଧ୍ୟାପକ ଗୁଣସାଗର ମେହେର, ଇଂରାଜୀ ଅଧ୍ୟାପକ ସୋମେଶ ଦତ୍ତ ହୋତା ପ୍ରମୁଖ ଉପସ୍ଥିତ ଥିଲେ l