ବାଇକ-ଟ୍ୟାଙ୍କର ଧକ୍କା:୨ ମୃତ, ଗର୍ଭବତୀ ଗୁରୁତର

0
39
ବାଇକ-ଟ୍ୟାଙ୍କର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୦/୧୧) : ଯାଜପୁର ଜିଲ୍ଲା ସଦର ଥାନା ବରୁହାଁ ଛକ ନିକଟରେ ଏକ ଟ୍ୟାଙ୍କର ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗର୍ଭବତୀ ଆହତ ହୋଇଛି ।

ମୃତକଙ୍କ ମଧ୍ୟରୁ ଜଣେ ଯୁବକ ଓ ଅନ୍ୟ ଜଣେ ବୃଦ୍ଧା । ମୃତ ଯୁବକଙ୍କ ନାଁ ସୁଦର୍ଶନ ବେହେରା । ସେହିପରି ଆହତ ଗର୍ଭବତୀଙ୍କ ନାଁ ପୂର୍ଣ୍ଣିମା ବେହେରା । ମୃତାହତମାନେ ସାନ ବରୁହାଁ ଗାଁ’ର । ସେମାନେ ବାଇକରେ ଯାଉଥିବା ବେଳେ ୨୦ ନମ୍ବର ଜାତୀୟ ରାଜପଥର ବରୁହାଁ ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା । ସୁଦର୍ଶନ ଓ ପୂର୍ଣ୍ଣିମାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ସୁଦର୍ଶନଙ୍କର ମୃତ୍ୟୁ ଘଟିଥିଲା । ଗର୍ଭବତୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ଯାଜପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।