ଏମିତି ଆସେ ମୃତ୍ୟୁ; ଦାନ୍ତ ଘଷୁଥିବା ସମୟରେ ମାଡ଼ିଗଲା ଗାଡ଼ି

0
57
ଏମିତି ଆସେ ମୃତ୍ୟୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୧୦/୧୧) : ଏମିତି ଆସେ ମୃତ୍ୟୁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ନାଳରେ ନିକଟରେ ଦାନ୍ତ ଘଷୁଥିବା ବେଳେ ମାଡ଼ିଗଲା ବୋଲେରୋ ।

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ନୂଆଗାଁ ସ୍ଥିତ କାରୋ ନାଳ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ବାସୁଦେବ ନାୟକ (୫୦) ବର୍ଷ । ଆଜି ସକାଳେ ବାସୁଦେବ ନାଳ ନିକଟରେ ବସି ଦାନ୍ତ ଘଷୁଥିଲେ । ଏହି ସମୟରେ ଦୁଇ ଜଣ ବ୍ୟକ୍ତି ବୋଲେରୋ ଧୋଇବାକୁ ନାଳକୁ ଯାଇଥିଲେ । ବୋଲେରୋ ଧୋଇ ସାରି ଗାଡ଼ିକୁ ବ୍ୟାକ୍ କରୁଥିବା ସମୟରେ ବାସୁଦେବଙ୍କ ଉପରେ ଗାଡ଼ି ମାଡିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଗାଡ଼ିରେ ଥିବା ୨ଜଣ ବ୍ୟକ୍ତି ଫେରାର ହୋଇଯାଇଥିଲେ।ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ଧାରଣାରେ ବସିବା ସହ କ୍ଷତିପୂରଣ ପାଇଁ ଦାବି କରିଥିଲେ । ଗାଡ଼ି ମାଲିକ ପହଞ୍ଚି କ୍ଷତି ପୂରଣ ଦେବା ପରେ ଉତ୍ତ୍ୟକ୍ତ ଲୋକେ ଧାରଣାରୁ ଉଠିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି ।