ବିନିକାରେ ଶ୍ରୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
51
ବିନିକାରେ ଶ୍ରୀ ରାମ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୧୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ଯୋଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିନିକା ବ୍ଲକ ଅନ୍ତର୍ଗତ ୧୬ଟି ପଞ୍ଚାୟତ ଓ ବିନିକା ନଗରର କାର୍ଯ୍ୟକାର୍ତ୍ତାଙ୍କୁ ନେଇ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଆଗାମୀ ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ରାମ ଲାଲାଜୀଙ୍କ ପ୍ରାଣ ପ୍ରତିଷ୍ଠା ଭବ୍ୟ କାର୍ଯ୍ୟକ୍ରମକୁ ବିନିକା ବ୍ଲକର ଘରେ ଘରେ ପହଞ୍ଚାଇବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରୁ ପ୍ରାୟ ୭୦ ଜଣ ଉପସ୍ଥିତ ଥିଲେ । ଏହି ବୈଠକରେ ଆସନ୍ତା ଜାନୁୟାରୀ ୧ ତାରିଖ ଠାରୁ ୧୫ ତାରିଖ ମଧ୍ୟରେ ଅଭିଯାନ ଆରମ୍ଭ କରି ବିନିକା ନଗର ତଥା ବ୍ଲକର ସମସ୍ତ ଘରକୁ ଯାଇ ଅକ୍ଷତ, ନିମନ୍ତ୍ରଣ ତଥା ପ୍ରତ୍ୟେକ ଘରେ ସର୍ବନିମ୍ନ ୫ଟି ଦୀପ ପ୍ରଜ୍ବଳନ କରିବା ସହ ଗାଁ ଗୁଡିକରେ ଥିବା ମନ୍ଦିର, ଭାଗବତ ଟୁଙ୍ଗୀ, ହନୁମାନ ମନ୍ଦିର ଇତ୍ୟାଦିରେ ଭଜନ କୀର୍ତ୍ତନ କରିବା ପାଇଁ ସିଦ୍ଧାନ୍ତ ନିଆ ଯାଇଥିଲା ।